PPL ସାର କାରଖାନା ଆଗରେ ମାଲବାହୀ ଟ୍ରେନ୍‌ ର ୪ଟି ବଗି ଲାଇନଚ୍ୟୁତ

ପାରାଦୀପ : ପାରାଦୀପ ବନ୍ଦରକୁ ଯାଉଥିବା ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ପାରାଦୀପ ପିପିଏଲ୍ ସାରକାନା ମୁଖ୍ୟ ଫାଟକ ସମ୍ମୁଖ ଲେବଲ୍ କ୍ରସିଂରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି। ଫଳରେ ପିପିଏଲ୍ ସାର କାରଖାନା ଓ ଟାଉନସିପ୍ କୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ତେବେ ଘଟଣା ସ୍ଥଳରେ ରେଳ ବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚି ବଗିକୁ ହଟାଇବା ପାଇଁ କାର୍ୟ୍ୟ ଆରମ୍ଭ କରିବା ସହିତ ଟ୍ରେନ୍ ଲାଇନ୍ ମରାମତି କାର୍ଯ୍ୟ ଜାରୀ ରଖିଛନ୍ତି। ବିଳମ୍ବିତ ରାତିରେ ଟ୍ରେନ ଟି ପାରାଦୀପ ବନ୍ଦର କୁ ଯାଉଥିବା ସମୟରେ ଏଭଳି ଘଟଣା ଘଟିଛି । 

Leave A Reply

Your email address will not be published.

ବ୍ରେକିଂ