ମହାନଦୀରେ ଫସିଥିବା ୪ ଗାଈ ଚରାଳି ଉଦ୍ଧାର

ବାଙ୍କି: ମହାନଦୀର ମଝି ନଈରେ ୪ ଗାଈ ଚରାଳିଙ୍କ ସହିତ ଫସିଲେ ୧୨ ଟି ଗାଈ ।  ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ବ୍ଲକ ଅନ୍ତର୍ଗତ ସହଙ୍ଗା ଗୋପାଳପୁର ଅଞ୍ଚଳରେ । ତେବେ ଖବର ପାଇ ୪ ଗାଈ ଚରାଳିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ହେଲେ ଗାଈ ଗୁଡ଼ିକର ଖୋଜଖବର ମିଳି ନାହିଁ ।

ସୂଚନା ମୁତାବକ ସ୍ଥାନୀୟ ସହଙ୍ଗା ଗୋପାଳପୁର ଅଞ୍ଚଳର ମଳୟ ରଂଜନ ରାଉତଙ୍କ ସହ ୩ ଜଣ ଯୁବକ ନିଜ ଗାଈ ମାନଙ୍କୁ ଚରିବା ପାଇଁ ମହାନଦୀର ବାଲି ପଠାକୁ ଛାଡ଼ିଥିଲେ ।  ଆଉ ଅପରାହ୍ନ ସମୟରେ ଗାଈ ମାନଙ୍କୁ ଆଣିବାକୁ ଯାଇଥିବା ବେଳେ ଅଚାନକ ମହାନଦୀରେ ପାଣି ବଢିବାରୁ ନଦୀ ବାଲି ପଠାରେ ଫସି ରହିଥିଲେ । ଏହାକୁ ଦେଖି ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣା ସ୍ଥଳରେ ବାଙ୍କୀ ଅଗ୍ନିଶମ ବାହିନୀ ପହଞ୍ଚି ମହାନଦୀରୁ ୪ ଜଣ ଯୁବକଙ୍କୁ ବୋଟ ଯୋଗେ ଉଦ୍ଧାର କରିବାରେ ସଫଳ ହୋଇଥିଲେ । କିଛି ଗାଈ ଗୋରୁ ନଦୀରେ ପହଁରି ସେମାନଙ୍କ ଘରକୁ ପଳାଇ ଆସିଥିବାବେଳେ ଆଉ କିଛି ଗୋରୁ ଭାସି ଯାଇଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ଉଦ୍ଧାର ହୋଇଥିବା ଯୁବକ ।

Leave A Reply

Your email address will not be published.

ବ୍ରେକିଂ