ଡିଆରଡିଓର ୪ ଠିକା କର୍ମଚାରୀ ଗିରଫ

ବାଲେଶ୍ୱର: ଗୁପ୍ତଚରୀ ଡିଆରଡିଓର ୪ ଠିକା କର୍ମଚାରୀ ଗିରଫ । ଚାନ୍ଦିପୁର ଡିଆରଡିଓର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ବିଦେଶୀ ସଂସ୍ଥାକୁ ତଥ୍ୟ ଲିକ୍ କରିବା ଅଭିଯୋଗରେ ଗିରଫ ହୋଇଥିବା ନେଇ ମିଳିଛି ସୂଚନା। ୪ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ ସ୍ପେଶାଲ ସ୍କ୍ଵାର୍ଡ।

ଗିରଫ ହେବା ନେଇ ପୂର୍ବାଞ୍ଚଳ ଆଇଜି ଏବଂ ବାଲେଶ୍ୱର ଏସପି ସୂଚନା ଦେଇଛନ୍ତି। ଆଜି ସକାଳେ ୪ ଅଭିଯୁକ୍ତଙ୍କୁ ଉଠାଇ ନେଇଥିଲା ପୋଲିସ। ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ୍ ଅଭିଯୋଗରେ ଉଠାଇ ନେଇଥିଲା ପୋଲିସ।

 

Leave A Reply

Your email address will not be published.

ବ୍ରେକିଂ