ଶରଣକୁଳ ବଧୂ ହତ୍ୟା ଘଟଣାର ପର୍ଦ୍ଦାଫାସ, ସ୍ତ୍ରୀକୁ ମାରିବା ପାଇଁ ସୁପାରୀ ଦେଇଥିଲା ସ୍ୱୀମା

ନୟାଗଡ଼: ନୟାଗଡ଼  ଶରଣକୁଳରେ ବଧୂ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି  । ପରକୀୟ ପ୍ରୀତିକୁ ବିରୋଧ କରିବାରୁ ସ୍ୱାମୀ  ୪ ସୁପାରି କିଲର ସହାୟତାରେ ସ୍ତ୍ରୀ ସସ୍ମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ତାଙ୍କୁ ଘର ଭିତରେ ଝୁଲାଇ ଦେଇଥିଲେ । ଘଟଣାରେ ୪ ଜଣ ସୁପାରି କିଲରଙ୍କୁ ଗିରଫ କରିଛି ପୋଲିସ ।

ଗତ ଜାନୁଆରୀ ୨୯ ତାରିଖରେ ଶରଣକୁଳରେ ବଧୁହତ୍ୟା ଅଭିଯୋଗ ହୋଇଥିଲା । ମୃତକ ହେଲେ ସସ୍ମିତା ମହାପାତ୍ର । ମୃତଦେହ ବ୍ୟବଚ୍ଛେଦ ପରେ ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ସସ୍ମିତାଙ୍କ ସ୍ୱାମୀ ଅକ୍ଷିଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ନେଇ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଏହି କାରଣରୁ ଅକ୍ଷି ନିଜ ପତ୍ନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହ ଘର ଭିତରେ ଝୁଲାଇ ଦେଇଥିଲେ ।

ତେବେ ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ଅକ୍ଷୟ ମହାପାତ୍ରଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ । ଆଜି ଏହି ଘଟଣାରେ ୪ ଜଣ ସୁପାରି କିଲରଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ସୁପାରି କିଲରଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ  କ୍ରାଇମ୍ ସିନ୍ ରି-କ୍ରିଏସନ୍ କରିବ ବୋଲି ଜଣାପଡିଛି  ।

Leave A Reply

Your email address will not be published.

ବ୍ରେକିଂ