ଚାକିରି ନାଁରେ ଠକେଇ: ଦଲାଲ ଗିରଫ୍
ଭୁବନେଶ୍ୱର: ଚାକିରି ନାଁରେ ଠକେଇ , ଦଲାଲକୁ ବାନ୍ଧିଲା ପୋଲିସ । ଭୁବନେଶ୍ୱରର ଧଉଳି ଅଞ୍ଚଳରୁ ଜଣେ ଦଲାଲକୁ ପୋଲିସ ଗିରଫ୍ କରିଛି । ଏଥରେ ମମ୍ପୃକ୍ତ ଅନ୍ୟ ଜଣେ ମହିଳା ଫେରାର ହୋଇଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଏମାନେ ପୋଲିସ ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିଲେ । ନକଲି ପୋଲିସ ଡ୍ରେସ୍, ନିଯୁକ୍ତିପତ୍ର ଦେଇ ଠକିଥିବା ଥାନାରେ ଅଭିଯୋଗ ହୋଇଥିଲା ।