ବରଗଡ଼ ଜିଲ୍ଲା ପାଣିମୋରା ଗାଁର ସ୍ଵାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପଧାନ ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ

ବରଗଡ଼ :  ୧୯୪୨ ସ୍ବାଧୀନତା ସଗ୍ରାମର ସେନାନୀ ବରଗଡ଼ ଜିଲ୍ଲା ପାଣିମୋରା ଗାଁର ଜିତେନ୍ଦ୍ର ପଧାନଙ୍କୁ ରାଷ୍ଟ୍ରପତିଙ୍କ ପ୍ରଦାନ ସ୍ବତନ୍ତ୍ର ସେନାନୀ ସମ୍ମାନ ପ୍ରଦାନ କରାଯାଇଛି । ଆଜି ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ପାଣିମୋରା ଗାଁ କୁ ବରଗଡ଼ ଏଡିଏମ୍ ମିର୍ଦ୍ଧା ଟପ୍ପେଙ୍କ ସମେତ ସୋହେଲା ପ୍ରଶାସନ ଗାଁ କୁ ଜାଇ ସଗ୍ରାମୀ ଜିତେନ୍ଦ୍ର ପଧାନ ଙ୍କ ଘରେ ପହଞ୍ଚି ସମ୍ମାନ ପ୍ରଦାନ କରିଛନ୍ତି ।

ପାଣିମୋରା ଗାଁରେ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଜିଲ୍ଲା ପ୍ରଶାସନ ପହଞ୍ଚି ସମ୍ମାନ ପ୍ରଦାନ କରାଯାଇଛି । ପାଣିମୋରା ଗାଁରେ ୩୨ ଜଣ ସଗ୍ରାମୀ ଏକାସାଙ୍ଗରେ ସ୍ବାଧୀନତା ସଂଗ୍ରାମରେ ଝାସଦେଇଥିଲେ । ୩୨ ଜଣଙ୍କ ମଧ୍ୟରେ ୩୧ ଜଣ ସଗ୍ରାମୀ ଆଉ ନାହାନ୍ତି । ୧୯୪୨ ରେ ବରଗଡ଼ ଠାରେ ଜିତେନ୍ଦ୍ର ଏସ୍ ଡି ଓ କୋଟ କୁ ସାଥିମାନଙ୍କ ସହ ଦଖଲ କରି କୋଟ ପରିଚାଳନା କରି ମୁହୁରୀ ହୋଇଥିଲେ ଫଳରେ ଗିରଫ ହୋଇ ସମ୍ବଲପୁର କୋଟ ଜେଲ ଯିବାକୁ ପଡିଥିଲା । ତାଙ୍କ ସେହି ବଳିଦାନକୁ ନେଇ ପୂର୍ବରୁ ଓଡ଼ିଶା ରାଜ୍ୟପାଳ ସମ୍ମାନୀତ କରିଥିବା ବେଲେ ଆଜି ମହାମହିମ ରାଷ୍ଟ୍ରପତି ସ୍ବତନ୍ତ୍ର ସେନାନୀ ସମ୍ମାନ ରେ ସମ୍ମାନୀତ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ