ଶୁକ୍ରବାର ରାଶିଫଳ

ମେଷ: ପୂର୍ବଦିନ ମାନଙ୍କର କ୍ଷୟକ୍ଷତି କିଛି ପରିମାଣରେ ଭରଣା କରିପାରିବେ । ଆହାର ବିଶ୍ରାମ ନିୟମିତ ହେବ । ଗୃହ ପରିବେଶରେ ପ୍ରଶାନ୍ତି, ସଜ୍ଜନ ସଂପର୍କ, ରାଜନୀତି କ୍ଷେତ୍ର ପରିସର ବୃଦ୍ଧି ଓ ଆଧ୍ୟାତ୍ମିକ ଚିନ୍ତନ ସଫଳ ହେବ ।

ବୃଷ: ବନ୍ଧୁ ବାନ୍ଧବମାନେ ଇର୍ଷା ପାରାୟଣ ହେବେ । କର୍ମ କ୍ଷେତ୍ରରେ ବିରୋଧର ସମ୍ମୁଖୀନ ହୋଇ ପାରନ୍ତି । ଉଦର ପୀଡ଼ା, ଜ୍ୱର, ପାଦବ୍ୟଥାର ସମ୍ଭାବନା ଅଧିକ, ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପରିବାରରେ ସହଯୋଗ ଓ ବ୍ୟବସାୟରେ ସ୍ୱୟଂ ସଂପୂର୍ଣ୍ଣ ରହିବେ ।

ମିଥୁନ: ଶ୍ରୀ ଚନ୍ଦ୍ର ଭୋଗ ହେତୁ ଦିନଟି ମଙ୍ଗଳ ପ୍ରଦ ହେବ । ଆୟ ବୃଦ୍ଧି, ନୂତନ ଯୋଜନା ପଶୁ ସଂପଦ ଲାଭ, କର୍ତ୍ତବ୍ୟ ନିଷ୍ଠା, କର୍ମ ପ୍ରେରଣା ଓ ଗୁରୁଜନ ବର୍ଗରୁ ଆଶୀର୍ବାଦ ମିଳିବ । ରାଜନୀତିରେ ଅସ୍ଥିରତା ଲାଗି ରହିବ । ଉଚ୍ଚାସାନ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ ।

କର୍କଟ: ଗୃହ ନିର୍ମାଣ ଓ ବିଳାସ ସାମଗ୍ରୀ କ୍ରୟରେ ଅଧିକ ବ୍ୟୟ ହେବାର ଯୋଗ ଅଛି । ପରିବାରରେ ପାରସ୍ପରିକ ସହଯୋଗ ଉତ୍ତମ ରହିବ । ମଧ୍ୟାହ୍ନ ଠାରୁ ସ୍ୱାସ୍ଥ୍ୟର ସମସ୍ୟା ଆସିବ । କର୍ମ କ୍ଷେତ୍ରରେ ସନ୍ତୋଷ ଓ ଦୂର ଯାତ୍ରାରେ ସଫଳତା ମିଳିବ ।

ସିଂହ: ସବୁ ଦିଗରୁ ଦିନଟି ଶୁଭ ଅଟେ । ସନ୍ତାନ ସନ୍ତତିଙ୍କ ପାଇଁ ଦୁଃଶ୍ଚିନ୍ତାରୁ ମୁକ୍ତି ମିଳିବ । ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଆଦୌ ଚିନ୍ତାଜନକ ନୁହେଁ । ଦେବ କାର୍ଯ୍ୟରେ ନିଷ୍ଠା, ନିର୍ମାଣ କାର୍ଯ୍ୟରେ ସହଯୋଗ, ରାଜନୀତିରେ ନେତୃତ୍ବ ଲାଭର ସମ୍ଭାବନା ।

କନ୍ୟା: ଘାତଚନ୍ଦ୍ର ଭୋଗ ହେବ ସାରାଦିନ । ଉନ୍ନତି ମୂଳକ କାମରେ ପ୍ରତିବନ୍ଧକ ଆସିବ । ବଚନ ଗୁରୁତ୍ୱ ହ୍ରାସ, ପରିବାରରେ ଅଶାନ୍ତି, ବନ୍ଧୁ ବର୍ଗେ ଅପ୍ରିୟ ଓ ଆର୍ଥିକ ଅନାଟକ ମଧ୍ୟରେ ରହିବେ । ବ୍ୟବସାୟରେ ଲାଭ ମିଳିବ । ଧର୍ମାନୁଷ୍ଠାନ ସହ ଅନୁରକ୍ତି ବଢିବ ।

ତୁଳା: ଅନାୟାସରେ କାର୍ଯ୍ୟ ସାଧନ କରିବେ । କର୍ମ କ୍ଷେତ୍ରରେ ବ୍ୟକ୍ତିତ୍ୱର ବିକାଶ ଘଟିବ । ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପ୍ରାୟତଃ ଭୋଗ ହେବ । ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟ କିମ୍ବା ବିଶୃଙ୍ଖଳା ଆସିପାରେ । ଗୁରୁ ଦେବତା ଭକ୍ତି ଯୁକ୍ତ ହେବେ ।

ବିଚ୍ଛା: ଦୁଃଶ୍ଚିନ୍ତା କାରଣରୁ ମନୋବଳ ଦୁର୍ବଳ ରହିବ । କର୍ମ ପ୍ରେରଣା ହ୍ରାସ, ସନ୍ତାନ ସନ୍ତତି ଚିନ୍ତା, କର୍ତ୍ତୃପକ୍ଷଙ୍କ ଅସହଯୋଗ, ଅଯଥା ଦୌଡ଼ ସହିତ ଅର୍ଥ ଅପଚୟର  ସମ୍ଭାବନା ଅଛି । ଆନୁଷ୍ଠାନିକ କର୍ମ କୁଶଳତା ବଢିବ । ରାଜନୀତିରେ ଆଦୃତି ଲାଭ ।

ଧନୁ: ଦୈନନ୍ଦିନ ଚଳଣୀରେ ବ୍ୟାପକ ପରିବର୍ତ୍ତନ ଆଣିପାରିବେ । ଦୈହିକ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ସାଂଗଠନିକ କାର୍ଯ୍ୟରେ ଦକ୍ଷତା, ବିଳାସ ଦ୍ରବ୍ୟ କ୍ରୟ, ଉଚ୍ଚ ସଂପର୍କରେ ଉନ୍ନତି, ଶତ୍ରୁ ବିଜୟ, ଆର୍ଥିକ ଉନ୍ନତି ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନୀତିନିଷ୍ଠ ହେବେ ।

ମକର: ପରୋପକାର କରି ଆତ୍ମସନ୍ତୋଷ ପାଇବେ । ଦେହ ସାମାନ୍ୟ ଅସୁସ୍ଥ ରହିପାରେ । ବନ୍ଧୁ ବର୍ଗରୁ ମନାନ୍ତରର ସହଜ ସମାଧାନ କରିପାରିବେ । ସନ୍ତାନ ସନ୍ତତି ସୁଖ, କର୍ମ କ୍ଷେତ୍ରରେ ସ୍ୱଚ୍ଛଦରେ ଦାୟିତ୍ୱ ନିର୍ବାହ ଓ ବିବାଦରେ ବିଜୟ ଲାଭ କରିବେ ।

କୁମ୍ଭ: ଉଚିତ ବିବେଚନା ପରେ ଯେଉଁ କାର୍ଯ୍ୟ ଆରମ୍ଭ କରିବେ ସଫଳତା ଅବଶା ମିଳିବ । ସ୍ୱାସ୍ଥ୍ୟା ସମସ୍ୟାରୁ ମୁକ୍ତ ରହିବେ । ଯାନ ବାହାନ ସୁଖ ଲାଭ, ଦୂର ସଂପର୍କରୁ ସଦ୍ଦିଚ୍ଛା, ବୈଦିକ ବିକାଶ ଓ ଯାତ୍ରା ଶୁଭର ସମ୍ଭାବନା ।

ମୀନ: ଦିନଟି ଶୁଭାଶୁଭ ମିଶ୍ର, ପ୍ରଭାବକ ହେବ । କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୁପକ୍ଷଙ୍କ ତାଗିଦ ଆସିବ । ଅମ୍ଳ ଅଜୀର୍ଣ୍ଣ ଆଦି ଉଦର ପୀଡ଼ା ଭୋଗ ହେବ । ପଚିତ ଅର୍ଥର ଉଦ୍ଧାର କଷ୍ଟକର ହେବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ତଥା ବନ୍ଧୁ ସହଯୋଗ ମିଳିବ ।

Leave A Reply

Your email address will not be published.

ବ୍ରେକିଂ