ଶୁକ୍ରବାର ରାଶିଫଳ

ମେଷ: ଦୃଢ ମନୋବଳ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ଆର୍ଥିକ ଉନ୍ନତି, ପାରିବାରିକ ସୁଖ ସମ୍ଭୋଗ, କର୍ମ କ୍ଷେତ୍ରରେ ନେତୃତ୍ୱ, ବିବାଦ ଜୟ ଓ ଯାନବାହନ କ୍ରୟ ବିକ୍ରୟରେ ଶୁଭଫଳ ପାଇବେ । ରାଜନୀତିରେ ଦୁର୍ନାମର ଆଶଙ୍କା ।

ବୃଷ: ଗୃହ ପରିବେଶରେ ଶାନ୍ତି ସନ୍ତୋଷ ମିଳିବ । ଅଣ୍ଟା, ଉଦର ପୀଡା ଭୋଗ ହେବ । ପଶୁ ସଂପଦ ଲାଭ, ନିର୍ମାଣ କାର୍ଯ୍ୟରେ ଅଗ୍ରଗତି, ଅର୍ଥ ମିତ୍ରଲାଭ, ଲୋକ ସଂପର୍କ ତଥା କଲ୍ୟାଣକର କାର୍ଯ୍ୟ ସଂପାଦନ କରିବେ । ପ୍ରତିଯୋଗିତାରେ ବିଜୟ ।

ମିଥୁନ: ଦିନଟି ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । କର୍ମ ସଂପାଦନରେ ସହଯୋଗୀଙ୍କ ସକ୍ରିୟ ଯୋଗଦାନ ପାଇବେ । ପରିବାରରେ ବିରୋଧ ଓ ବୃଥାବ୍ୟୟର ସମ୍ଭାବନା ଅଛି । ଋଣ ଚାପ ବଢିବ । ଧର୍ମ କାର୍ଯ୍ୟରେ ନିଷ୍ଠା, ରାଜନୀତିରେ ପ୍ରତିଷ୍ଠା ପାଇବେ ।

କର୍କଟ: ପରିବାର କିମ୍ବା ବନ୍ଧୁବାନ୍ଧବଙ୍କ ସହିତ ମତର ଅମେଳ ଆସିପାରେ । କର୍ମ କ୍ଷେତ୍ରରେ ଶୃଙ୍ଖଳା, ସହଯୋଗ, ପ୍ରାପ୍ୟ ଲାଭ ଓ ଅଭିଳାଷ ପୂରଣ କରିବାର ସୁଯୋଗ ଲାଭ କରିବେ । ଦେହ ପ୍ରାୟତଃ ସୁସ୍ଥ ରହିବ । ରାଜନୀତିରେ ସମ୍ମାନ ହାନୀକର ସ୍ଥିତି ଆସିବ ।

ସିଂହ: ଅନିଚ୍ଛାକୃତ ଭାବରେ ପରିସ୍ଥିତି ଚାପରେ କାମ କରିବାକୁ ପଡିପାରେ । କର୍ମ କ୍ଷେତ୍ରରେ ଆୟହ୍ରାସ, ନିମ୍ନ ବର୍ଗର ଅସହଯୋଗ, ନିର୍ମାଣ କାର୍ଯ୍ୟରେ ଅପବ୍ୟୟ, ସଜ୍ଜନ ସଂପର୍କ, ମାନସିକ ଅବସାଦରୁ ଅପରାହ୍ନ ପରେ ମୁକ୍ତ ହେବେ । ଧର୍ମ କର୍ମରେ ନିଷ୍ଠା ।

କନ୍ୟା: କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅସନ୍ତୋଷ ଚିନ୍ତା ବଢେଇବ । ସ୍ଥାନ, ଆସନ ବଦଳିବାର ଆଶଙ୍କା ଅଛି । ଲକ୍ଷ୍ୟ ପୂରଣ ବିଳମ୍ବିତ ହେବ । ଖାଦ୍ୟପେୟରେ ଅନିୟମିତତା, ଧର୍ମ କର୍ମରେ ନିଷ୍ଠା, କୁଟୁମ୍ବ ସୁଖ ଓ ସାମାନ୍ୟ ଅର୍ଥାଗମର ସମ୍ଭାବନା ।

ତୁଳା: ଦିନଟି ଶୁଭ । ଶୁଭ ମଙ୍ଗଳ କାର୍ଯ୍ୟାରମ୍ଭ କରି ପାରିବେ । ମନର ଅଭିଳାଷ ପୂରଣ କରିବାର ଅବସର ପାଇବେ । ଦିନଚର୍ଯ୍ୟା ଠିକ ରଖିଲେ ସୁସ୍ୱାସ୍ଥ୍ୟ ମିଳିବ । ଦୂର ଯାତ୍ରା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହେବେ । ଧୈର୍ଯ୍ୟ ଓ ମନୋବଳ ବଢିବ ।

ବିଛା: ଅଧିକ ଆଶା ଅଭିଳାଷ ପ୍ରତିକୂଳ ସ୍ଥିତି ଆଣିପାରେ । ଅର୍ଥ ଓ ସମୟର ଅଯଥା ବ୍ୟୟ କରିବେ । ପରିଜନଙ୍କ ସହଯୋଗ ଓ ପରିବାରର ସତ ପରାମର୍ଶ ପାଇବେ । ଜମିଜମା ସମସ୍ୟାର ସମାଧାନ, ଶ୍ଳେଷ୍ମା ପୀଡା ଓ ଗଣ୍ଠିବ୍ୟଥା ଆଦି ଭୋଗହେବ ।

ଧନୁ: ବନ୍ଧୁ ପରିଜନଙ୍କ ଠାରୁ କମ ସାହାଯ୍ୟ ମିଳିପାରେ । ମନୋବଳ ଦୃଢ କରିବ । ଅର୍ଥ ଭାଗ୍ୟ ସନ୍ତୋଷଜନକ ହେବ । ଭୋଗ ବିଳାସ ଦ୍ରବ୍ୟ ପ୍ରାପ୍ତି, ସ୍ୱାଧୀନ ଚିନ୍ତାଧାରା, ଯାତ୍ରା ଶୁଭ, ବ୍ୟାଧି ଉପଶମ, ଆଧ୍ୟାତ୍ମିକ ଚିନ୍ତା, ଚେତନା ଓ ଲକ୍ଷ୍ୟ ସହଜ ଲବ୍ଧ ହେବ ।

ମକର: ବିଚାର ବିବେଚନାରେ ଯେଉଁ କାମ କରିବେ ସଫଳ ହେବେ । କର୍ମ କ୍ଷେତ୍ରରେ ସାମୟିକ ମନସ୍ତାପ ଆସିପାରେ । ଉଚ୍ଚ ବର୍ଗ ସହିତ ସୁ ସଂପର୍କ ରହିବ । ଯାନ ବାହନରେ ବ୍ୟୟ, ଅଣ୍ଟା ପାଦରେ ବ୍ୟଥା, ପାରିବାରିକ କ୍ଷେତ୍ର ଶାନ୍ତିଦାୟକ ହେବ ।

କୁମ୍ଭ: କର୍ମ କ୍ଷେତ୍ରରେ ଝମେଲାଝାଟି ବଢିପାରେ । ଉଚ୍ଚ କର୍ତ୍ତୃପକ୍ଷଙ୍କ ସମର୍ଥନ ଓ ସହଯୋଗ ପାଇବେ । ପ୍ରତିଯୋଗିତାରେ ବିଜୟ, ଧାତୁ ଦ୍ରବ୍ୟାଦି କ୍ରୟ, ବନ୍ଧୁ ବିରୋଧ ଓ ଅର୍ଥ ଅପଚୟର ଆଶଙ୍କା ଅଛି । ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ଯାତ୍ରାରେ ଶୁଭ ।

ମୀନ: ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି ପ୍ରତିକୂଳ ଫଳ ପ୍ରଦାୟକ ହେବ । କର୍ମ କ୍ଷେତ୍ରରେ ବିରୋଧ କିମ୍ବା ଶତ୍ରୁ ବେଷ୍ଟିତ ହୋଇପାରନ୍ତି । ଦୈହିକ ସ୍ୱାସ୍ଥ୍ୟରେ ଅବନତି, ଦ୍ରବ୍ୟନିଷ୍ଟ କାର୍ଯ୍ୟ ବିଶୃଙ୍ଖଳା, ଦୂର ଯାତ୍ରାରେ କ୍ଷତିର ଆଶଙ୍କା ଅଛି । ଧର୍ମ ଧାରଣା ଅଧିକ ରହିବ ।

Leave A Reply

Your email address will not be published.

ବ୍ରେକିଂ