ଶୁକ୍ରବାର ରାଶିଫଳ

ମେଷ: ଦିବା ୨ ଘ ୩୩ମି. ଠାରୁ ଘାତଚନ୍ଦ୍ର ଭୋଗାରମ୍ଭ ହେବ । ସମୟର ଗତି ପ୍ରତିକୂଳରେ ଚାଲିବ । ସ୍ୱାର୍ଥ ପୂରଣରେ ବାଧା ଆସିବ । କର୍ମ କ୍ଷେତ୍ରରେ ଅଯଥା ଦୌଡ, ଦେବ କାର୍ଯ୍ୟରେ ନିଷ୍ଠା ଆନ୍ତରିକତା, ଯାତ୍ରା ଅଶୁଭ ତଥା ହିତୈଷୀମାନେ ଦୂରେଇ ରହିବେ ।

ବୃଷ: ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗ ହେବ । ବନ୍ଧୁ ପରିଜନଙ୍କ ସହିତ ଯତିପାତ ରହିବ ନାହିଁ । କର୍ମ କ୍ଷେତ୍ରରେ ପ୍ରଶାନ୍ତି, ଉଦରପୀଡା, ମୂଲ୍ୟବାନ ଗୃହୋପକରଣ କ୍ରୟ, ରାଜନୀତିରେ ସମ୍ମାନ ଓ ବାଣିଜ୍ୟରେ ଲାଭାଂଶ ବଢିବ ।

ମିଥୁନ: ଯୋଜନାବଦ୍ଧ କାମରେ ସଫଳତା ପାଇବେ । ଉଚ୍ଚ ସଂପର୍କରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ । ପରିବାରରେ ସନ୍ତୋଷଜନକ ସ୍ଥିତି ମିଳିବ । ପୁରାତନ ଉଦରପୀଡା ଓ ସ୍ନାୟବିକ ସମସ୍ୟା ପ୍ରତି ସାଧାରଣ ସତର୍କତା ଆବଶ୍ୟକ । ଯାତ୍ରା ଶୁଭ ।

କର୍କଟ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ କର୍ମ କ୍ଷେତ୍ରରେ ପାଇବେ । ଦେହ ଅସୁସ୍ଥ ରହିବାର ସମ୍ଭାବନା ଅଛି । ପାରିବାରିକ ସମ୍ବନ୍ଧ ମଧ୍ୟରେ ଉତ୍ତମ ବୁଝାମଣା, ଆର୍ଥିକ ଉନ୍ନତି, ବିବାଦ ଜୟ, ବାଣିଜ୍ୟରେ ଉନ୍ନତି, ସ୍ଥିର ବିଚାରରେ କାର୍ଯ୍ୟ କରିବେ ।

ସିଂହ: ଦିନର ପ୍ରଥମାର୍ଦ୍ଧଟିର ସ୍ଥିତି ଶ୍ୱାସରୋଧକର ହୋଇପାରେ । କୌଣସି କାରଣ ନଥାଇ ଦେହ ଅସୁସ୍ଥ ରହିବ । ଲୋକ ସଂପର୍କରେ ହାନୀ, ଆର୍ଥିକ କ୍ଷତି ଓ ପ୍ରିୟ ଜନରେ ବିରୋଧୀ ହେବେ । କର୍ମକ୍ଷେତ୍ର ସଜାଡିବା କଷ୍ଟ ହେବ । ଧର୍ମରେ ନିଷ୍ଠା ବୃଦ୍ଧି ।

କନ୍ୟା: ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ବିଳମ୍ବ ହୋଇପାରେ । ପ୍ରିୟଜନଙ୍କ ସହିତ ଏକମତ ହେବା ସହଜ ହେବ ନାହିଁ । ନିର୍ମାଣମୂଳକ କାର୍ଯ୍ୟରେ ଶୁଭାରମ୍ଭ କରିବେ । ଦେହ ଅସୁସ୍ଥ, ଲିଖନ ପଠନରେ ଋଚି ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠାବାନ ହେବେ ।

ତୁଳା: ବିଭିନ୍ନ କାରଣରୁ ମନ ଅଶାନ୍ତ ରହିବ । ଆର୍ଥିକ କ୍ଷୟକ୍ଷତି, ଦ୍ରବ୍ୟନଷ୍ଟ ସହିତ ପରିବାରରେ ମନୋମାଳିନ୍ୟ ଆସିପାରେ । କର୍ମ କ୍ଷେତ୍ରରେ ଅସହଯୋଗ ଏବଂ ଶୁଭ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ । ଧର୍ମ ନିଷ୍ଠା ଓ ଦୂର ଯାତ୍ରାରେ ସଫଳ ହେବେ ।

ବିଛା: କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଚାଲିବ । ଅନାବଶ୍ୟକ ଖର୍ଚ୍ଚ, ବନ୍ଧୁବାନ୍ଧବରେ ବୁଝାମଣାର ଅଭାବ, ମାନସିକ ଉଦବେଗ ଓ ସାମାଜିକ କାର୍ଯ୍ୟରେ ସମ୍ମାନ ଲାଭ କରିବେ । ଦୁଃସାହସିକ ପଦକ୍ଷେପ ନେଇ ସଫଳ ହେବେ । ଦେବ କାର୍ଯ୍ୟରେ ଋଚି ।

ଧନୁ: ଦିବା ୨ ଘ ୩୩ ମି. ପର୍ଯ୍ୟନ୍ତ ଘାତଚନ୍ଦ୍ରର ଅବଧି । ଦୂର ଯାତ୍ରାରେ କ୍ଲାନ୍ତି ଅବସାଦ ବଢିବ । କର୍ମ କ୍ଷେତ୍ରରେ ମାନ ମନାନ୍ତର ଓ ବିରୋଧ ଆସିପାରେ । ଜ୍ୟେଷ୍ଠମାନଙ୍କ ଆଶୀର୍ବାଦ ମିଳିବ । ଅପରାହ୍ନ ପରେ ଶୁଭ ସମ୍ବାଦ ପାଇବେ । ଧର୍ମ କର୍ମରେ ନିଷ୍ଠାବାନ ହେବେ ।

ମକର: ଦୈହିକ କ୍ଲାନ୍ତି ଅବସାଦ ବଢିବ । ମାନସିକ ଶାନ୍ତି ସନ୍ତୋଷ ରଖିପାରିବେ । କର୍ମ ପ୍ରେରଣା, ସନ୍ତାନ ସନ୍ତତି ସୁଖ, ଯାନବାହାନରେ ବ୍ୟୟ, ଭୂମି ସଂପର୍କୀୟ ବିବାଦର ଆପୋଷ ସମାଧାନ ହେବ । ବୈଷୟିକ କ୍ଷେତ୍ରରେ କ୍ଷୟକ୍ଷତିର ଆଶଙ୍କା ଅଛି ।

କୁମ୍ଭ: ଅନେକ କାମରେ ସଫଳତା ଦୃଢ ମନୋବଳ ଉପରେ ନିର୍ଭର କରୁଛି । କୁଟୁମ୍ବ ସୁଖ, ଶୁଭାନୁଷ୍ଠାନ ସହ ସଂପୃକ୍ତି, କର୍ମ କ୍ଷେତ୍ରରେ ତତ୍ପରତା, ବନ୍ଧୁ ବତ୍ସଳତା ଓ ପରୋପକାରରେ ଆତ୍ମସନ୍ତୋଷ ପାଇବେ । ରାଜନୀତିରେ ସମାଲୋଚନା ଆସିବ ।

ମୀନ: ଶ୍ରୀଚନ୍ଦ୍ର ଭୋଗ ହେବ ଦିନ ୨ଘ ୩୩ମି. ପର୍ଯ୍ୟନ୍ତ । ଅନାୟାସରେ କାର୍ଯ୍ୟ ସାଧନ କରିବେ । କର୍ମରେ ନିଷ୍ଠା ବଢିବ । ଉଚ୍ଚ ବର୍ଗ ସହିତ ଘନିଷ୍ଠତା ଓ ଯାତ୍ରାରେ ଶୁଭ । ଅମ୍ଳ ଅଜୀର୍ଣ୍ଣ ପରି ସ୍ୱାସ୍ଥ୍ୟ ସମସ୍ୟା ଆସିବ, ଉଦ୍ୟମ ସଫଳ ହେବାରେ ବିଳମ୍ବ ଅଛି ।

Leave A Reply

Your email address will not be published.

ବ୍ରେକିଂ