ଆପଣଙ୍କ ସ୍କିନକୁ ସତେଜ ଆଉ ଚମକଦାର ରଖିବା ପାଇଁ ଖାଆନ୍ତୁ ଏହି ସବୁ ଫଳ

ସ୍ୱାସ୍ଥ୍ୟ ଟିପ୍ସ: ତ୍ୱଚାକୁ ଚମକ ରଖିବା ପାଇଁ ସମସ୍ତେ ଚାହାନ୍ତି । ଯେମିତି ସବୁଦିନ ପାଇଁ ଏହା ଯବାନ ରହିବ ସେନେଇ ଖୁବ ଚେଷ୍ଟା ବି କରିଥାନ୍ତି । ଦାମୀ ଦାମୀ ପ୍ରଡକ୍ଟ କିଣି ବ୍ୟବହାର କରିବା ଠାରୁ ଆରମ୍ଭ କରି ଖାଦ୍ୟପେୟ ପର୍ଯ୍ୟନ୍ତ ସବୁଥିକୁ ଖୁବ ସଚେତନ ଥାନ୍ତି ଅଧିକାଂଶ ମହିଳା । ଡାକ୍ତରଙ୍କ ଅନୁଯାୟୀ ଭିଟାମିନ-ସି ତ୍ୱଚା ପାଇଁ ବେଶ ଉପାଦେୟ । ନିୟମିତ ଓ ସଠିକ ପରିମାଣରେ ଖାଇଲେ ସ୍କିନର ଚମକ ଦୀର୍ଘ ଦିନ ଯାଏଁ ରହିଥାଏ । ତେବେ ଆସନ୍ତୁ କେଉଁ କେଉଁ ଫଳ ଖାଇବେ ସେବାବଦରେ ଜାଣି ରଖନ୍ତୁ ।

  • କମଳା: ଏଥିପାଇଁ କମଳା ବି ଏକ ଉପାଦେୟ ଫଳ । ଡାଏଟରେ ଏହାକୁ ସାମିଲ କରିବା ଉଚିତ । ପ୍ରତିଦିନ କମଳା ଖାଇଲେ ବି ଶରୀର ଉପରେ ସୁପ୍ରଭାବ ପଡିଥାଏ ।
  • ଲେମ୍ବୁ: ଲେମ୍ବୁ ଖାଇବା ତ୍ୱଚା ପାଇଁ ଖୁବ ଲାଭଦାୟୀ ହୋଇଥାଏ । ଏଥିରେ ଥିବା ସାଇଟ୍ରିକ ଏସିଡ ଚମକ ଆଣିଥାଏ । ଏହାବାଦ ତ୍ୱଚାରୁ ଦାଗ ଆଦି ଚିହ୍ନ ହଟାଇବା ପାଇଁ ଏହା ଲାଭଦାୟୀ ।
  • ଭଣ୍ଡା: ଭଣ୍ଡା ଖାଇବା ଦ୍ୱାରା ପେଟ ପରିସ୍କାର ହେବା ସହ ସ୍କିଂନରେ ବି ଅଦ୍ଭୁତ ଚମକ ଆଣିଥାଏ । ଏହା ସହ ବିଭିନ୍ନ ପ୍ରକାର ପ୍ରଦୂଷଣରୁ ସୁରକ୍ଷା ଦେଇଥାଏ ।
Leave A Reply

Your email address will not be published.

ବ୍ରେକିଂ