ଭୁବନେଶ୍ୱର: ଦେଶରେ ବେଲଗାମ ହେଉଛି ତୈଳ ଦର। ଦେଶରେ ତେଲ ଦର ଦୁଇଦିନ ସ୍ଥିର ରହିବା ପରେ ମଙ୍ଗଳବାର ପେଟ୍ରୋଲ ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ସର୍ବାଧିକ ପେଟ୍ରୋଲ ଦର ଲିଟର ପିଛା ୯୬.୩୧ ଟଙ୍କା ଏବଂ ୯୩.୧୩ ଟଙ୍କାରେ ପହଞ୍ଚିଛି।
ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୬୪ ପଇସା ଏବଂ ଡିଜେଲ ୮୮ ଟଙ୍କା ୬୬ ପଇସା ହୋଇଛି। ସେହିପରି କଟକରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୯୫ ପଇସା ଏବଂ ଡିଜେଲ ୮୮ ଟଙ୍କା ୯୧ ପଇସାରେ ବିକ୍ରି ହେଉଛି। ବଲାଙ୍ଗିରରେ ପେଟ୍ରୋଲ ଲିଟର ପିଛା ୯୩ ଟଙ୍କା ୧୯ ପଇସା, ଡିଜେଲ ଲିଟର ପିଛା ୯୦ ଟଙ୍କା ୧୩ ପଇସା ରହିଛି। ସେହିପରି ସମ୍ବଲପୁରରେ ପେଟ୍ରୋଲ ୯୨ ଟଙ୍କା ୨୧ ପଇସା ଏବଂ ଡିଜେଲ ୮୯ ଟଙ୍କା ୧୮ ପଇସା ରହିଛି। ଅନ୍ୟପଟେ ରାଜ୍ୟରେ ପ୍ରିମିୟମ ବା ସ୍ପୀଡ୍ ପେଟ୍ରୋଲ ୧୦୦ ପାର୍ କରିଛି।
ସେପଟେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୯୩ ପଇସା ଏବଂ ଡିଜେଲ ୮୧ ଟଙ୍କା ୩୨ ପଇସା ପହଞ୍ଚିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ୩୪ ପଇସା ଥିବା ବେଳେ ଡିଜେଲ ୮୮ ଟଙ୍କା ୪୪ ପଇସାରେ ପହଞ୍ଚିଛି। କୋଲକାତାରେ ପେଟ୍ରୋଲ ୯୧ ଟଙ୍କା ୧୨ ପଇସା ଓ ଡିଜେଲ ୮୪ ଟଙ୍କା ୧୯ ପଇସା ରହିଛି।