କ୍ରମାଗତ ଚତୁର୍ଥ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ନୂଆଦିଲ୍ଲୀ: ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି। ଶୁକ୍ରବାର ଦିନ ଦିଲ୍ଲୀ ବଜାରରେ ପେଟ୍ରୋଲର ମୂଲ୍ୟ ୨୮ ପଇସା ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା ୯୧.୨୭ ଟଙ୍କା ଥିବାବେଳେ ଡିଜେଲ ମଧ୍ୟ ୩୧ ପଇସା ବୃଦ୍ଧି ପାଇ ଲିଟର ପିଛା ୮୧.୭୩ ଟଙ୍କା ହୋଇଛି।

ସୋହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୨୭ ପଇସା ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୩୩ ପଇସା ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୭.୬୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୮୮.୮୨ ଟଙ୍କାରେ ପହଞ୍ଚିଛି।

ଗତ ଦୁଇମାସ ଧରି ଦେଶର ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ସମୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ଘଟି ନଥିଲା। ତେବେ ଏହି ଅବଧିରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ହେତୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଚାରି ଗୁଣ ହ୍ରାସ ପାଇଥିଲା। ତୈଳ କମ୍ପାନୀଗୁଡିକର ଏହି ପଦକ୍ଷେପ ଯୋଗୁଁ ପେଟ୍ରୋଲ ଲିଟର ପିଛା ୭୭ ପଇସା ଶସ୍ତା ହୋଇଥିଲା । ବର୍ତ୍ତମାନ, ଗତ ଚାରି ଦିନ ବୃଦ୍ଧି ହେତୁ ପେଟ୍ରୋଲ ଲିଟର ପିଛା ୯୦ ପଇସା ମହଙ୍ଗା ହୋଇଛି।

Leave A Reply

Your email address will not be published.

ବ୍ରେକିଂ