ଗଜପତି ମହାରାଜ ଚଳିତ ବର୍ଷ ରଥଯାତ୍ରାରେ ଛେରାପହଁରା କରିବେ

ପୁରୀ:  ଚଳିତ ବର୍ଷ ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ  । ଛେରାପହଁରା କରିବା ନେଇ ପୁରୀ ଗଜପତି ନିଜେ ସୂଚନା ଦେଇଛନ୍ତି । ରଥଯାତ୍ରା ଓ ବାହୁଡାରେ ସେ ଛେରାପହଁରା କରିବେ ବୋଲି କହିଛନ୍ତି ।

ଗଜପତି କହିଛନ୍ତି, ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ। ତାହା ମୁଖ୍ୟ ପର୍ବ। ସ୍ନାନ ଯାତ୍ରାକୁ ନଯାଇ ରଥ ପାଇଁ ନିଷ୍ପତ୍ତି ନେଇଛୁ।ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ମଧ୍ୟ ଆମେ ଯିବୁ ବୋଲି ଗଜପତି କହିଛନ୍ତି।

ସେହିପରି ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି  ଗଜପତି। ଶ୍ରୀମନ୍ଦିର ହେଉଛି ଆଦି ଓ ମୂଳପୀଠ। ଏହାର ସେବପୂଜା, ରୀତିନୀତି ଓ ପରମ୍ପରା ସ୍ଵତନ୍ତ୍ର ଏବଂ ଅନନ୍ୟ। ତେଣୁ ଅନ୍ୟ ସ୍ଥାନରେ ପ୍ରତୀକାତ୍ମକ ଭାବେ ବିଧି ପାଳନ କରାଯାଉ ବୋଲି ଗଜପତି କହିଛନ୍ତି।

କରୋନା ମହାମାରୀ ପାଇଁ ଗତବର୍ଷ ପରି ଚଳିତବର୍ଷ ସ୍ନାନ ଯାତ୍ରାରେ ଗଜପତି ସାମିଲ ହୋଇନଥିଲେ। ଗଜପତିଙ୍କ ସ୍ଥାନରେ ମୁଦିରସ୍ତ ଛେରାପହଁରା କରିଥିଲେ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ