ସମ୍ୱଲପୁରରେ ଜୁଆ ଆଡ୍ଡା ଠାବ, ୧୪ ଗିରଫ

ସମ୍ବଲପୁର: ସମ୍ୱଲପୁର ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଠାବ । ଘଟଣାରେ ସଂପୃକ୍ତ ଥିବା ମୋଟ ୧୪ ଜଣଙ୍କୁ ଗିରଫ କରିଛି ପୋଲିସ । ସହରରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ସ୍ୱତନ୍ତ୍ର ପୋଲିସ ଟିମ୍ ଚଢାଉ କରି ୧୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବହୁ ପରିମାଣର ନଗଦ ଟଙ୍କା, ଏକାଧିକ ମୋବାଇଲ ଫୋନ, କାଲକୁଲେଟର ଆଦି ଜବତ କରାଯାଇଛି ।

ତେବେ ଜୁଆଖେଳର ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଛି । ତାକୁ ଧରିବାକୁ ତନାଘନା ତଦନ୍ତ ଚଳାଇଛି ପୋଲିସ । ସମ୍ବଲପୁର ଟାଉନ ଥାନା, ଧନୁପାଲି ଥାନା ଏବଂ ଅଇଁଠାପାଲି ଥାନାରେ ମୋଟ ୭ଟି ମାମଲା ରୁଜ୍ଜୁ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ