ପାତ୍ରପୁର: ଚାଲିଥିଲା ଜୁଆ ଆଡ୍ଡା, ହଠାତ୍ ପୋଲିସ୍ ପହଞ୍ଚି ସବୁ ଭଣ୍ଡୁର କରିଦେଲା । ଜୁଆ ଆଡାରେ ଚଢଉ କରି ୪ ଜଆଡିକୁ ଧରିଲା ପୋଲିସ୍ । ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ଉ କରି ୫୨୭୦ ଟଙ୍କା ଜବତ କରିବା ସହିତ ଚାରି ଜୁଆଡି କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ମୁକୁନ୍ଦପୁର ଗ୍ରାମରେ ଜୁଆଆଡ୍ଡା ଚାଲିଥିବାର ଖବର ପାଇ ଖାରିଆଗୁଡା ଫାଣ୍ଡି ପୋଲିସ ସଦଳବଳେ ଚଢାଉ କରିଥିଲା । ଯାହା ଦ୍ୱାରା ୪ ଜୁଆଡିକୁ ପୋଲିସ ଧରିବାରେ ସଫଳ ହୋଇଥିଲା। ଗିରଫ ଜୁଆଡି ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲଚନ୍ଦ୍ର ଶତପଥୀ ପ୍ରକାଶ କରିଛନ୍ତି । ଜୁଆ ଆଡ୍ଡା ଉପରେ ପୋଲିସର ଏଭଳି ଚଢ଼ାଉକୁ କିଛି ବୃଦ୍ଧିଜିବୀ ପ୍ରଶଂସା କରିଥିବା ବେଳେ ଜରଡା ଥାନା ଇଲାକାର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଚାଲୁ ରହିଥିବା ଜୁଆ ଆଡ୍ଡା ଉପରେ ଯୋରଦାର ଚଢ଼ଉ କରିବାକୁ ମତ ପ୍ରକାଶ ପାଇଛି।
ବିଶେଷ କରି ଆନ୍ଧ୍ର ସୀମାନ୍ତ ଖମ୍ବାରିଗାଁ ପଞ୍ଚାୟତ ଅନ୍ତରସିଙ୍ଗି ଗ୍ରାମ ନିକଟରେ ଥିବା ଏକ ପାହାଡରେ ନିୟମିତ ଭାବେ ଲକ୍ଷ ଲକ୍ଷ ଟଙ୍କାର ଜୁଆଖେଳ ବେଧଡକ ଭାବରେ ସର୍ବଦା ଚାଲୁରହିଛି। ଯାହା ଦ୍ୱାରା ସ୍ଥାନୀୟ ଯୁବକମାନେ ବିପଥଗାମୀ ହୋଇ ନିଜକୁ ଖରାପ କାମରେ ନିୟୋଜିତ କରିବା ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚୋରି ଓ ଗଣ୍ଡଗୋଳ ଭଳି ବିଭିନ୍ନ ଘଟଣାମାନ ନିୟମିତ ଭାବେ ଘଟୁଥିବା ନଜିର ରହିଛି। ତେଣୁ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଉକ୍ତ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବାକୁ ବୃଦ୍ଧିଜୀବି ମହଲରେ ଦାବୀ ହୋଇଛି।