ମାଲକାନଗିରିରେ ହନୁମାନ ପଇସା, ହରିଣ ଛାଲ ଜବତ, ୩ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଚୋରା କାରବାର ବଢିବାରେ ଲାଗିଛି । ଜିଲ୍ଲାର ଚିତ୍ରକୋଣ୍ଡାରୁ ଆଜି ଏକ ଆନ୍ତଃରାଜ୍ୟ ଚୋରା କାରବାର ରାକେଟ୍ ଠାବ ହୋଇଛି। ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ବିପୁଳ ପରିମାଣର ରତ୍ନ ପଥର, ହରିଣ ଛାଲ, ତମ୍ବା ପଇସା, ହନୁମାନ ପଇସା ଆଦି ଜବତ କରିଛି ଚିତ୍ରକୋଣ୍ଡା ପୋଲିସ ।

ଗିରଫ ଅଭିଯୁକ୍ତମାନେ ହେଲେ ଓଡ଼ିଶାର ମୋହନ ତ୍ରିବେଦୀ ଏବଂ ଆନ୍ଧ୍ରପ୍ରଦେଶର ଇତହାମ୍ ସେଠୀ ଭେଙ୍କଟ ରମଣ ଓ କୃପା ଭରମ୍ ତ୍ରିପାଲି । ହନୁମାନ ପଇସା ଆଳରେ ସ୍ଥାନୀୟ ଲୋକଙ୍କୁ ଠକୁଥିବା ଏବଂ ପଶୁ ଚମଡ଼ା ଓ ବନ୍ଧୁକ କାରବାର ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି ।

ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଦୈନିକ ବଜାରର ମୋହନ ତ୍ରିବେଦୀଙ୍କ ଘରେ ପୋଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ହନୁମାନ ପଇସା, ରତ୍ନ ପଥର, ବହୁ ପୁରୁଣା ତମ୍ବା ପଇସା, ହରିଣ ଛାଲ, ଡବଲ ବ୍ୟାରେଲ ବନ୍ଧୁକ, ନଗଦ ୧୨,୩୧୦ ଟଙ୍କା, ୩ଟି ମୋବାଇଲ, ଗୋଟିଏ ସ୍କୁଟି ଓ ଏଟିଏମ୍‌ କାର୍ଡ ଇତ୍ୟାଦି ଜବତ ହୋଇଛି। ଏକ ହରିଣ ଚମଡ଼ା ମଧ୍ୟ ଜବତ କରିଛି ପୋଲିସ।

Leave A Reply

Your email address will not be published.

ବ୍ରେକିଂ