କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟରକୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟରକୁ ହତ୍ୟା। ରାଜଧାନୀ ଦିଲ୍ଲୀର ରୋହିଣି କୋର୍ଟରେ ଶୁକ୍ରବାର ଏକ ବଡ ଧରଣର ଅଘଟଣ ଘଟିଛି । କେତେଜଣ ଦୁର୍ବୁତ୍ତ କୋର୍ଟ ଭିତରେ ପଶି ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ।

ସୂଚନାନୁସାରେ, କୋର୍ଟ ରୁମ୍ ନମ୍ବର ୨୦୭ରେ ଶୁଣାଣି ଚାଲୁଥିବା ବେଳେ ଦୁର୍ବୁତ୍ତମାନେ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିର ମୃତ୍ୟୁ ହୋଇଥିବା ବେଳେ ସେହିଠାରେ ହିଁ ପୋଲିସ ଗୁଳିରେ ହତ୍ୟାକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପୋଲିସର ସୂଚନା ଅନୁଯାୟୀ ହତ୍ୟାକାରୀ ଓକିଲ ବେଶରେ କୋର୍ଟରେ ପ୍ରବେଶ କରିଥିଲେ । ରୋହିଣି କୋର୍ଟରେ ହୋଇଥିବା ଗୁଳିକାଣ୍ଡର ଭିଡଓ ସାମ୍ନାକୁ ଆସିଥିବା ବେଳେ ଏଥିରେ ଗୁଳି ଫୁଟିବାର ଶବ୍ଦ ସ୍ପଷ୍ଟ ଜଣାପଡୁଛି । ଲୋକେ ଏଣେତେଣେ ଧାଁ ଧଉଡ କରୁଥିବା ବେଳେ ପିଲାମାନେ ଫାୟରିଂ ଫାୟରିଂ ବୋଲି ପାଟି କରୁଥିବା ଶୁଣିବାକୁ ମିଳିଛି ।

Leave A Reply

Your email address will not be published.

ବ୍ରେକିଂ