କାର ଡିକିରୁ ଗଞ୍ଜେଇ ଜବତ, ଜଣକୁ ବାନ୍ଧିଲା ପୋଲିସ

ନବରଙ୍ଗପୁର: କାରରେ ଭର୍ତ୍ତିକରି ନିଆଯାଉଥିଲା ଗଞ୍ଜେଇ । କାର ସହ ଗଞ୍ଜେଇକୁ ଜବତ୍ କଲା ପୋଲିସ ।  ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ନିକଟରେ ପୋଲସ କାର୍ ସହ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ,  ମଇଦଲପୁର ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଥାନା ସମ୍ମୁଖରେ ଯାନବାହାନ ଯାଞ୍ଚ କରାଯାଉଥିଲା। ଏତିକି ବେଳେ ଏକ ଜଳଖିଆ ଦୋକାନ ସାମ୍ନାରେ କାରଟି ରଖି ପ୍ରାୟ ୨ଘଣ୍ଟା ସମୟ ପର୍ଯ୍ୟନ୍ତ କାର ଚାଳକ ବୁଲାବୁଲି କରୁଥିଲା।

ପୋଲିସ ସନ୍ଦେହ କରି କାରଟିକୁ ଯାଞ୍ଚ କରିବାରୁ ପଛ ଡିକିରୁ ଗଞ୍ଜେଇ ବାହାରିଥିଲା। ତେବେ, ପୋଲିସ ତୁରନ୍ତ କାର ଡ୍ରାଇଭରକୁ କାବୁ କରି ଗିରଫ କରିବା ସହ କାରଟିକୁ ଜବତ କରିଛି। କାରଟି ଗଞ୍ଜେଇ ନେଇ ନବରଙ୍ଗପୁର ଠାରୁ ଝାଡ଼ଖଣ୍ଡ ଯାଉଥିବା ସୂଚନା ମିଳିଛି।

Leave A Reply

Your email address will not be published.

ବ୍ରେକିଂ