ପୁଲିସକୁ ଗୁଳି କରି ବନ୍ଧାହେଲେ ଗଞ୍ଜେଇ ମାଫିଆ

ଦେବଗଡ଼ : ପୁଲିସକୁ ଗୁଳି କରି ଫେରାର ହେଉଥିବା ଗଞ୍ଜେଇ ମାଫିଆ ଗିରଫ । ଅଭିଯୁକ୍ତ ରୂପେଶ ସମେତ ତିନି ଜଣକ ଗିରଫ କରିଛି ପୁଲିସର ସ୍ପେଶାଲ ସ୍ୱାର୍ଡ । ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କଂସର ଫାଣ୍ଡି-ଚଟିବରଘାଟ ରାସ୍ତା ଦେଇ ବୌଦ୍ଧ ଜିଲ୍ଲାରୁ ଦେବଗଡ ଜିଲ୍ଲାକୁ ବେଆଇନ ଗଞ୍ଜେଇ ଚୋରା ଚାଳାଣ ହେଉଥିବା ସୂଚନା ପାଇଥିଲା ରିଆମାଳ ପୁଲିସ । ବୈାଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳର ବିକାଶ ରାଜହଂସ ଓ ପୌଳସ୍ତି ଜଗଦଳା ଏବଂ ସମ୍ବଲପୁର ଜମନକିରା ଅଂଚଳର ରୂପେଶ ପ୍ରସାଦ ନାମକ ୩ ଜଣ ଯୁବକକୁ ଧରିବାରେ ସଫଳ ହୋଇଛି ପୋଲିସ । ଏଥିସହ ସେମାନଙ୍କଠାରୁ ୭ଟି ଜୀବନ୍ତ ଗୁଳି ଏକ ଆଇ -୨୦ କାର ଓ ବାଇକ ଜବତ କରିଛି ପୋଲିସ ।

ମିଳିଥିବା ସୂଚନାମୁତାବକ ବୌଦ୍ଧ ଜିଲାରୁ ଦେବଗଡ଼ ଜିଲ୍ଲାକୁ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ରିଆମାଳ ଥାନା ପୁଲିସ ଉକ୍ତ ଅଞ୍ଚଳରେ ଛପି ରହିଥିଲା l ଆଜି ସକାଳ ପ୍ରାୟ ୬ ଟା ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ରକ୍ସା ଗ୍ରାମର ବିକାଶ ରାଜହଂସ ଓ ପୌଲସ୍ତି ଜଗଦଳା ଏବଂ ସମ୍ବଲପୁର ଜିଲ୍ଲା ଜମନକିରା ଅଂଚଳର ରୁପେଶ ପ୍ରସାଦ ନାମକ ତିନିଜଣ ଯୁବକ କାର ଓ ବାଇକ ଯୋଗେ ଆଗପଛ ହୋଇ ଆସି ଗୋହିରା ଡ୍ୟାମ ନିଛାଟିଆ ରାସ୍ତାରେ କାର ମଧ୍ୟରେ ନେଇ ଯାଉଥିବା ଗଞ୍ଜେଇକୁ ବାହାର କରି ବାଇକ ସାହାଯ୍ୟରେ ଅନ୍ୟତ୍ର ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ରିଆମାଳ ଥାନା ପୁଲିସ ସେଠାରେ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଓ ଅଭିଯୁକ୍ତ ବିକାଶ ଓ ପଲୌସ୍ତିକୁ କାବୁ କରିଥିଲେ l ମାତ୍ର ପୁଲିସକୁ ଦେଖି ରୁପେଶ କାରରେ ଫେରାର ହୋଇ ଯାଉଥିବା ବେଳେ ରିଆମାଳ ଥାନା ପୁଲିସ ତିଳେଇବଣି ଅଞ୍ଚଳରେ ପୂର୍ବରୁ ରହିଥିବା ସ୍ପେଶାଲ ସ୍କ୍ୱାର୍ଡକୁ ସୂଚନା ଦେଇଥିଲେ l ତେବେ ଅଭିଯୁକ୍ତଙ୍କ ଗାଡିକୁ ଦେଓ ଝରଣ ରାସ୍ତାରେ ଅଟକାଇବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ରୁପେଶ ପୁଲିସ ଉପରକୁ ଗୁଳି କରି ଫେରାର ହେବାକୁ ଉଦ୍ୟମ କରିଥିଲେ l ହେଲେ ଫେଲ ମାରିଥିଲା । ଯାହାଫଳରେ ସ୍ପେଶାଲ ସ୍କ୍ୱାର୍ଡ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲା l ଏଥିସହ ଯାଞ୍ଚ ବେଳେ ଗାଡି ମଧ୍ୟରୁ  ଗୋଟିଏ ମାଉଜର ଓ ୭ ରାଉଣ୍ଡ ଗୁଳି ଜବତ କରି ଅଭିଯୁକ୍ତ ରୁପେଶକୁ ଧରିବାରେ ସକ୍ଷମ l ଏ ନେଇ ଆଜି ମଧ୍ୟାହ୍ନ ରେ ଆଦର୍ଶ ଥାନା  ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଏନଡ଼ିପିଏସ ଆକ୍ଟ ଓ ଆର୍ମସ ଆକ୍ଟ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି l

Leave A Reply

Your email address will not be published.

ବ୍ରେକିଂ