୭୨ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଜିଲ୍ଲାରେ ୭୨ କିଲୋ ଗଞ୍ଜେଇ ଜବତ କରାଯାଇଥିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି ।

ବିଶେଷ ସୂତ୍ରରୁ ଖବର ପାଇ  ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱ ରେ ଅବକାରୀ କର୍ମଚାରୀମାନେ  ଜ଼ୀଲ୍ଲାର ବିଭିନ ସ୍ଥାନରେ ଏମଭି-୧୨୦,ଶିଖପାଲି ଛକ ଏବଂ ପମ୍ପ ଲାଇନ ନିକଟରେ ଚଢ଼ାଉ କରି ୭୨ କିଲୋ ଗଞ୍ଜେଇ ଜବତ କରାଯାଇଛି ।

ଗଞ୍ଜେଇ ଚାଲାଣ କରୁଥିବା ତିନିଜଣ ଆସାମୀ ସ୍ଥାନୀୟ ଦୁର୍ଗାଗୁଡି ସାହିର ମନୋଜ କୁଲଦୀପ,ସୁଧାକର ଦଳେଇ ଏବଂ ରାଘୁ ବାଗ ଙ୍କୁ ଗିରଫ କରାଯାଇଥିବା ବେଳେ ଅର୍କେଲ ଗ୍ରାମର ହରିସ ଖେମଣ୍ଡୁ ଫେରାର ଥିବା ଅବକାରୀ ବିଭାଗ କହିଛି ।

ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଏହି ଚଢ଼ାଉରେ ଇନ୍ସପେକ୍ଟର ଗଙ୍ଗା ପାଇକରାୟ,ଇନ୍ସପେକ୍ଟର ଜାଗା ରାଓ, ସ୍ବ-ଇନ୍ସପେକ୍ଟର ଡିକେ ନାୟକ,ସବ-ଇନ୍ସପେକ୍ଟର ଦିନେଶ କୁମାର,ଏଏସଆଇ ପି ଖରା,ପଣ୍ଡା ନଗେଶ,ବିପୁଳ ସିକଦର,ଜି ସାହୁ,ଯେମସ ସାହୁ,ଆର ହନ୍ତାଳ,ଅମର ମହାପାତ୍ର,ଜୁଲି ସା,ସୁଜିତା ହିଅ।ଲ ପ୍ରମୁଖ  ଅବକାରୀ ଅଧିକାରୀ ମାନେ ସାମିଲ ଥିଲେ ।

Leave A Reply

Your email address will not be published.

ବ୍ରେକିଂ