ଚୋରା ଚାଲାଣବେଳେ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ : ଲମତାପୁଟ ପୋଲିସକୁ ସଫଳତା। ଚୋରା ଗଞ୍ଜେଇ ଚାଲାଣ ବେଳେ ଗାଡି ସହ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହାସହ ଜଣଙ୍କୁ ଗିରଫ କରିଛି ପୋଲିସ୍।

ଆନ୍ଧ୍ର ସୀମାନ୍ତବର୍ତି ଅଂଚଳରୁ ଲମତାପୁଟ ଦେଇ ଜୟପୁର ଅଭିମୁଖେ ଚାଲାଣ କରାଯାଉଥିବାବେଳେ ଡକରିପୁଟ ନିକଟରୁ ପୋଲିସ ଜବତ କରିଥିଲା। ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର SDPO ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ