୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ନବରଙ୍ଗପୁର:  ଲକଡାଉନରେ ସକ୍ରିୟ ହୋଇପଡିଛନ୍ତି ଗଞ୍ଜେଇ ବେପାରୀ । ବିଭିନ୍ନ ଉପାୟ ଆପଣାଇ ଚୋରାଚାଲାଣ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ଫେଲ ମାରୁଛି । ଫଳରେ ଏକ ବୋଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢାଉ କରି ୬୪ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ।

ସୂଚନାଯୋଗ୍ୟ ଏକ ବୋଲେରୋରେ ମାଲକାନଗିରିରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ ହେଉଥିଲା । ତେବେ ଏ ସମ୍ପର୍କରେ ଖବର ପାଇ ବୋଲେରୋକୁ ମଇଦଲପୁର ପୋଲିସ ଯାଞ୍ଚ କରିଥିଲା । ଏଥିରୁ ୬୪ କେଜି ପୋଲିସ ଜବତ କରିଥିଲା । ଏଥିସହ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

Leave A Reply

Your email address will not be published.

ବ୍ରେକିଂ