୧ କୋଟି ୭୬ ଲକ୍ଷର ଗଞ୍ଜେଇ ଜବତ୍, ଜଣେ ମାଫିଆ ଗିରଫ୍

କୋରାପୁଟ: ଜବତ୍ ହେଲା ବିପୁଳ ପରିମାଣର ଗଞ୍ଜେଇ । କୋରାପୁଟ ଜିଲ୍ଲା ମୋହନା ଥାନା କମଳାପୁରରୁ ୧୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ୍ କରାଯାଇଛି । ଏକ କଣ୍ଟେନର ଦ୍ୱାରା କୋରାପୁଟରୁ ଦିଲ୍ଲୀ ଚାଲାଣ ବେଳେ ଏହି ଗଞ୍ଜେଇକୁ ଜବତ୍ କରାଯାଇଛି ।

ତେବେ, ଜବତ୍ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୭୬  ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହାସହ  ଉତ୍ତରପ୍ରଦେଶର ଜଣେ ଗଞ୍ଜେଇ ମାଫିଆକୁ ମୋହନା ପୋଲିସ ଗିରଫ କରିଛି ।

Leave A Reply

Your email address will not be published.

ବ୍ରେକିଂ