ପଣସ ଓ କଦଳୀ ବୋଝେଇ ଟ୍ରକରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ : ପଣସ ଓ କଦଳୀ ବୋଝେଇ ଟ୍ରକରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ । ଜଲାପୁଟ ଅଞ୍ଚଳରୁ ଆନ୍ଧ୍ର ଗୁଣ୍ଟୁରକୁ ଚାଲାଣ ବେଳେ ମାଛକୁଣ୍ଡ ପୋଲିସ ଏହି ଗଞ୍ଜେଇ ଜବତ କରିଛି। ମାଛକୁଣ୍ଡ ପୋଲିସ  ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି ।

ଜଳାପୁଟର ଜବାଗଡ଼ରୁ ଏକ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ଖବର ପାଇଥିଲେ।  ତାଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ ପୁଲିସ୍‌ର ଏକ ଟିମ୍‌ ଟିକାପୁଟ ଛକ ନିକଟରେ ସମସ୍ତ ଗାଡ଼ି ଯାଞ୍ଚ କରିଥିଲେ। ଏହି ସମୟରେ ଉକ୍ତ ଗଞ୍ଜେଇ ବୋଝେଇ ଗାଡ଼ିକୁ  ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚ ବେଳେ ପଣସ ଓ କଦଳୀ ବୋଝେଇ ଏହି ଟ୍ରକ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ଏହି ଟ୍ରକରୁ ୧ ଟନ୍ ୮ କେଜି ଗଞ୍ଜେଇ ଜବତ ହୋଇଛି ।  ଯାହାର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ।

ମାଛକୁଣ୍ଡ ପୋଲିସ  ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି ।  ଗିରଫ ବ୍ୟକ୍ତିମାନେ  ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଅଞ୍ଚଳର ଭି. ସତ୍ୟା, ଜି. ଶ୍ରୀଧର ଓ ଜି. ଶ୍ରୀମାନ। ସେମାନଙ୍କ ଠାରୁ ୪ଟି ମୋବାଇଲ ଓ ୩,୫୦୦ ଟଙ୍କା ମଧ୍ୟ ଜବତ କରାଯାଇଛି।

 

Leave A Reply

Your email address will not be published.

ବ୍ରେକିଂ