ମାଲକାନଗିରିରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ବଡ ସଫଳତା। କୋଟିଏ ଟଙ୍କାର ଗଞ୍ଜେଇ ସହ ୨ ଜଣକୁ ଗିରଫସ କରିଛି ପୋଲିସ। ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଂଶୁମାନ ଦ୍ୱିବେଦୀ ଏହି ସୂଚନା ଦେଇଛନ୍ତି। ବାଲିମେଳା ନିକଟରୁ ୧୦୦୦ କିଲୋ ଗଂଜେଇ ସହ ୨ ଜଣକୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି।

ସୂଚନାନୁସାରେ ବିଶେଷ ସୂତ୍ରରୁ ଖବର ପାଇ, ଆଜି ଭୋରୁ ଓର୍କେଲ ଏସଆଇ କେ.ସାହାଙ୍କ ନେତୃତ୍ୱରେ ଏକ ଟିମ ବାଲିମେଳା ଏବଂ ଏହାର ଆଖପାଖ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲା। ଏକ ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରୁଥିବା ବେଳେ ଭ୍ୟାନରେ ୫୦ ପ୍ୟାକେଟ ଗଞ୍ଜେଇ ରହିଥିବା ଦେଖିବାକୁ ପାଇଥିଲା। ଏହି ଚାଲଣରେ ସଂପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିଥିଲା ପୋଲିସ ।

ଥାନାକୁ ଆଣି ପଚରାଉଚରା କରିବା ବେଳେ ଏହି ଗଞ୍ଜେଇ ଚିତ୍ରକୋଣ୍ଡାରୁ ଉତ୍ତର ପ୍ରଦେଶର ଆହ୍ଲାବାଦକୁ ଯାଉଥିବା ସ୍ୱୀକାର କରିଥିଲେ।

ଗିରଫ ହୋଇଥିବା ଗଂଜେଇ ମାଫିଆମାନେ ଉତ୍ତର ପ୍ରଦେଶର ପ୍ରୟାଗ ଅଞ୍ଚଳର ମୁକେଶ କୁମାର(୨୭) ଏବଂ ବାଲିମେଳା ଅଞ୍ଚଳର ଅସିମ ମଲ୍ଲିକ(୩୨)। ଆଜି ଦୁଇ ଜଣକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏଥିସହ ବ୍ୟବହୃତ ବଲେରୋ ପିକଅପ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ