କୋରାପୁଟରୁ ୩୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ବଡପଡ଼ା ନୀଳଗିରି ଜଙ୍ଗଲରୁ ୧ ହଜାର ୧୦କେଜି ୯୦୦ଗ୍ରାମ  ଗଞ୍ଜେଇ ଜବତ । ତେବେ ଏହାର ଆନୁମାନିକ ମୂଲ୍ୟ  ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଲମତାପୁଟ ଓ ସଗର MDR ରାସ୍ତା ପାର୍ଶ୍ଵରେ ଥିବା ବଡପଡ଼ା ଗାଁ ନିକଟ ନୀଳଗିରି ଜଙ୍ଗଲରୁ ମାଛକୁଣ୍ଡ ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି ।

ସୂଚନାଯୋଗ୍ୟ ବଡ଼ପଡ଼ା ନୀଳଗିରି ଜଙ୍ଗଲରେ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ ଗଚ୍ଛିତ କରି ରଖିଥିବା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା । ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ବଡ଼ପଡ଼ା ଗାଁ ନିକଟ ନୀଳଗିରି ଜଙ୍ଗଲରେ ଗଞ୍ଜେଇ ଜବତ କରିଥିଲେ । ଏହାର ଅଧିକ ତଦନ୍ତ ଜାରି ରହିଥିବା ମାଛକୁଣ୍ଡ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ