କୋରାପୁଟ: ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ୍

କୋରାପୁଟ: କୋରାପୁଟରେ ଜବତ୍ ହେଲା ଗଞ୍ଜେଇ ।  ଟ୍ୟାଙ୍କରରେ ଲୁଚାଇ ନିଆଯାଉଥିବା ବେଳେ ପୁପଳ ପରିମାଣର ଗଞ୍ଜେଇ ଜବତ୍ ହୋଇଛି । କୋରାପୁଟ ଦଲିଆମ୍ବ ଛକରୁ ୧୫ କ୍ୱିଣ୍ଟାଲ ଗଞ୍ଜେଇ ପୋଲିସ ଜବତ କରିଛି  ।

ସିମିଳିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏହି ଗଞ୍ଜେଇକୁ ଜବତ କରିଥିବା ଜଣାପଡିଛି । ତବତ୍ ଗଞ୍ଜେଇର ଆନୁମାନିକ ମୁଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ, ପୋଲିସକୁ ଦେଖି ୩ ଗଞ୍ଜେଇ ଚାଲାଣକାରୀ ଗାଡି ଛାଡି ଚମ୍ପଟ ମାରିଛନ୍ତି ।

ଅନ୍ୟପକ୍ଷରେ, ଏହି ଗଞ୍ଜେଇ କେଉଁଠୁ ଆସିଲା ଏବଂ ଏହାକୁ କେଉଁଠିକି ଚାଲାଣ କରାଯାଉଥିଲା ତାକୁ ନେଇ ପୋଲିସ ତଦନ୍ତ ଆରମ୍ବ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ