ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟି ଡ୍ରାଇଭର ମୃତ

କୋରାପୁଟ: ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ଗ୍ୟାସ ଟ୍ୟାଙ୍କର । କୋରାପୁଟ-ଜୟପୁର ୨୬ ନମ୍ୱର ଜାତୀୟ ରାଜପଥରେ ଓଲଟି ପଡିଛି ଗ୍ୟାସ ଟ୍ୟାଙ୍କର । ଘଟଣାରେ ଡ୍ରାଇଭର ପ୍ରାଣ ହରାଇଥିବାବେଳେ ଟ୍ୟାଙ୍କରକୁ ଉଦ୍ଧାର କରିବା ଲାଗି ଚାଲିଛି ପ୍ରୟାସ । ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଥିବାରୁ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଯାତାୟତ ବନ୍ଦ ରଖିଛି ପୁଲିସ । ସେହିପରି ଅଧ କିଲୋମିଟର ଯାଏଁ ମୋବାଇଲ ଫୋନ ଓ କୌଣସି ବ୍ୟକ୍ତି ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି ।

ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ହିନ୍ଦୁସ୍ତାନ ପେଟ୍ରୋଲିୟମର ଏହି ଟ୍ୟାଙ୍କର ବିଶାଖାପାଟଣାରୁ ରାୟପୁର ଯାଉଥିଲା । ତେବେ କୋରାପୁଟ ଘାଟିରେ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ତଳକୁ ଖସିପଡିଥିଲା ।

Leave A Reply

Your email address will not be published.

ବ୍ରେକିଂ