ଗାଜିଆବାଦ ଶ୍ମଶାନ ଛାତ ଭୁଶୁଡିବା ଘଟଣା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ନବୀନ

ନୂଆଦିଲ୍ଲୀ: ଗାଜିଆବାଦର ଏକ ଶ୍ମଶାନରେ ଛାତ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।  ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରମାନଙ୍କୁ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଦୁର୍ଘଟଣାସ୍ଥଳରୁ ୩୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସେପଟେ ଏହି ଦୁଃଖଦ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ , ପ୍ରଧାନମନ୍ତ୍ରୀ ନ​ରେନ୍ଦ୍ର ମୋଦି ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଷ୍ଟ୍ରପତି କୋବିନ୍ଦ ଟ୍ୱିଟରରେ ଲେଖିଛନ୍ତି ଗାଜିଆବାଦ ଶ୍ମଶାନରେ ଛାତ ଭୁଶୁଡ଼ିବା ଘଟଣା ଅତ୍ୟନ୍ତ ଦୁଃଖଦ। ମୃତକଙ୍କ ପରିବାର ପ୍ରତି ମୋର ସମବେଦନା। ମୁଁ ଆହତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ଉତ୍ତରପ୍ରଦେଶର ମୁରାଦନଗରରେ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା ଖବର ଅତ୍ୟନ୍ତ ମର୍ମାହତ କରିଛି। ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟରେ ତତ୍ପରତା ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ସେପଟେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।    ମୃତକଙ୍କ ପରିବାକୁ ସମବେଦନା ଜଣାଇ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

<>

ସୂଚନାଯୋଗ୍ୟ, ଆଜି ସକାଳୁ ଦିଲ୍ଲୀ ଏନସିଆରରେ ବର୍ଷା ହେଉଥିଲା। ସେହି ସମୟରେ ମୁରାଦନଗରର ଶ୍ମଶାନରେ କିଛି ଲୋକ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଆସିଥିଲେ। ବର୍ଷା ହେତୁ କିଛି ଲୋକ ଛାତ ତଳେ ଆଶ୍ରୟ ନେଇଥିଲେ ହଠାତ ସେହି ସମୟରେ ଛାତ ଉପରେ ଖସିପଡିଥିଲା ।

 

Leave A Reply

Your email address will not be published.

ବ୍ରେକିଂ