କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗୁଣୁପୁର GIET ୩ ଦିନ ପାଇଁ ବନ୍ଦ

ଗୁଣୁପୁର : ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି କରୋନା । କରୋନାର ଦ୍ୱିତୀୟ ଲହର ଏବେ ଭୟଙ୍କର ହେବାରେ ଲାଗିଛି । ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନରେ କରୋନାର ପ୍ରଭାବ ଦେଖିବାକୁ ମିଳୁଛି । ଗୁଣୁପୁର ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(GIET)  ବିଶ୍ୱବିଦ୍ୟାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ  ଜିଆଇଇଟି ବିଶ୍ୱବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ ଘୋଷାଣା କରାଯାଇଛି ।

ଜିଆଇଇଟି  ବିଶ୍ୱବିଦ୍ୟାଳୟ ଗୁଣୁପୁର ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ବନ୍ଦ ରହିବା ନେଇ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଘୋଷଣା କରିଛନ୍ତି । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୩ ଦିନ ପାଇଁ ବିଶ୍ୱବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଥିବା ବେଳେ କ୍ୟାମ୍ପସ ବାହାରେ ଥିବା ଛାତ୍ରଛାତ୍ରୀ, ଷ୍ଟାଫଙ୍କୁ ଭିତରକୁ ଆସିବା ମନା କରାଯାଇଛି । ସେହିଭଳି କ୍ୟାମ୍ପସ୍ ପରିସରରକୁ କେହି ବାହାରକୁ ଯାଇପାରିବେ ନାହିଁ । ସେହିପରି ମେଡିକାଲ୍ ଟିମ୍‌କୁ ସହଯୋଗ କରିବା ଲାଗି କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫ୍‌ଙ୍କୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.

ବ୍ରେକିଂ