ଉଚିତ ମୂଲ୍ୟାୟନ ଦାବିରେ ସିଏଚଏସସି ସାମ୍ନାରେ ହାତ କାଟିଲେ ଛାତ୍ରୀ

ଭୁବନେଶ୍ୱର: ଉଚିତ ମୂଲ୍ୟାୟନ ଦାବିରେ ସିଏଚଏସସି ସାମ୍ନାରେ ହାତ କାଟିଲେ ଛାତ୍ରୀ । ଯୁକ୍ତ ୨ ଏକ୍ସ ରେଗୁଲାର୍ ଡ୍ରପଆଉଟ୍ ଛାତ୍ରୀ ହାତ କାଟିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଛାତ୍ରୀ ଜଣ ହାତ କାଟିଦେଇଛନ୍ତି । ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ ଦାବିରେ ଛାତ୍ରୀ ଜଣକ ହାତ କାଟିଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୂଲ୍ୟାୟନରେ ପକ୍ଷପାତିତା ହୋଇଥିବା ଅଭିଯୋଗ ଆଣିଥିଲେ ଛାତ୍ରୀ । ଦଶମ ମାର୍କ ଆଧାରରେ ମୁଲ୍ୟାଙ୍କନ କରିବାକୁ ଦାବି କରିଥିଲେ । ଏହା ସହିତ ଅଫଲାଇନ୍‌ ପରୀକ୍ଷାକୁ ବାତିଲ କରିବାକୁ ମଧ୍ୟ ଦାବି କରିଥିଲେ । କିନ୍ତୁ କୌଣସି ଦାବି ପୂରଣ ନହେବା ଅଭିଯୋଗରେ ଛାତ୍ରୀଜଣଙ୍କ ସିଏଚଏସସି ଅଫିସରେ ସମ୍ମୁଖରେ ହାତ କାଟିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ