ପ୍ରେମିକ ଧୋକା ଦେବାରୁ ପ୍ରେମିକାର ଆତ୍ମହତ୍ୟା ଅଭିଯୋଗ

ବାଲେଶ୍ୱର: ଆତ୍ମହତ୍ୟା କଲା ପ୍ରେମିକା । ପ୍ରେମିକ ଧୋକା ଦେବାରୁ ପ୍ରେମିକା ଆତ୍ମହତ୍ୟା କରିଥିବା ନେଇ ପ୍ରେମିକାର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜଳଦା ପଞ୍ଚାୟତ ଅନ୍ତର୍ଗତ ତୁଟ ଗ୍ରାମରେ ଏଭଳି ଏକ ଘଟଣା ସାମ୍ମାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ତୁଟ ଗ୍ରାମର ଭରତ ଚରଣ ବେହେରାଙ୍କ ୨୩ବର୍ଷୀୟା ଝିଅ ସସ୍ମିତା ଶୋଇବାଘର ଫ୍ୟାନରେ ଏକ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆଜି ସକାଳେ ପରିବାର ଲୋକେ ସସ୍ମିତା ଶୋଇବାଘରେ ଫ୍ୟାନରେ ଝୁଲୁଥିବାର ଦେଖିଥିଲେ ।

ମାତ୍ର ସସ୍ମିତାକୁ ଉଦ୍ଧାର କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏ ନେଇ ପରିବାର ଲୋକେ ଖଇରା ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସସ୍ମିତା ଏକ ବର୍ଷ ହେବ ଜଣେ ଯୁବକକୁ ଭଲପାଇ ଆସୁଥିଲେ। ହେଲେ ପୁଅ ଜଣକ ବିବାହିତ ବୋଲି ଜାଣିବା ପରେ ସସ୍ମିତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ସସ୍ମିତାଙ୍କ ମୋବାଇଲ ଯାଞ୍ଚ କଲାପରେ ସେ ଭଲପାଉଥିବା ପୁଅ ସହିତ ହ୍ଵାଟ୍ସଆପରେ ଚାଟିଂ କରିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.

ବ୍ରେକିଂ