ବୁର୍ଲା ମହାନଦୀ ପୋଲ ତଳୁ ମୃତଦେହ ମିଳିବା ଘଟଣା; ଜବତ ହେଲା ସୁଇସାଇଡ୍ ନୋଟ୍

ସମ୍ବଲପୁର : ସମ୍ବଲପୁର ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ମୃତଦେହ ମିଳିବା ଘଟଣାରେ ନୂଆ ମୋଡ ଆସିଛି । ଯୁବତୀଙ୍କ ପରିଚୟ ମିଳିବା ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତାଙ୍କ ଘରର ତକିଆ ତଳୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି । କିଛି କଥାକୁ ନେଇ ସେ ଅବସାଦରେ ଥିବା ସୁଇସାଇଡ୍ ନୋଟ୍ ରୁ ଜଣାପଡୁଛି । ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି ।

ସମ୍ବଲପୁର ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ମୃତଦେହ ମିଳିଥିବା ଯୁବତୀଙ୍କ ପରିଚୟ ମିଳିଥିଲା । ମୃତ ଯୁବତୀ ଜଣଙ୍କ ସୋନପୁର ଡୁଙ୍ଗୁରୀପାଲୀ ଗଣ୍ଡପାଲୀ ଗାଁର ରିଙ୍କି ସାହୁ । ପରିବାର ଲୋକ ବୁର୍ଲା ଫାଣ୍ଡିକୁ ଆସି ଝିଅକୁ ଚିହ୍ନଟ କରିଥିଲେ । ଏହାପରେ ତାଙ୍କ ଘରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି । ପରିବାରଲୋକ ଏହି ସୁଇସାଇଡ୍ ନୋଟ୍ କୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ତେବେ ଯୁବତୀ ଜଣକ ଏହାକୁ ନିଜେ ଲେଖିଛନ୍ତି ନା ଆଉ କେହି ଲେଖିଛି ପୋଲିସ ତାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସୋନପୁର ଡୁଙ୍ଗୁରୀପାଲୀ ଗଣ୍ଡପାଲୀ ଗାଁର ଶରତ ସାହୁଙ୍କ ଝିଅ ରିଙ୍କି ସାହୁ ଗତ ୩ ତାରିଖରୁ ନିଖୋଜ ଥିଲେ । ସେହିଦିନ ସନ୍ଧ୍ୟାରେ ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ରିଙ୍କିଙ୍କ ମୃତଦେହ ମିଳିଥିଲା ।  ଏହାସହିତ ପୋଲ ତଳୁ ଏକ ସିମ୍ ବିହୀନ ମୋବାଇଲ ଏବଂ ପୋଲ ଉପରୁ ଭ୍ୟାନିଟି ବ୍ୟାଗ୍, ଚପଲ, ସମ୍ବଲପୁରର ଏକ ନାମୀଦାମୀ ସପିଂ ମଲର ସପିଂ ସ୍ଲିପ୍ ଜବତ ହୋଇଥିଲା ।

 

Leave A Reply

Your email address will not be published.

ବ୍ରେକିଂ