ଆଜିଠୁ ସୁନା ଗହଣାରେ ହଲମାର୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିଠୁ ସୁନା ଅଳଙ୍କାରରେ ହଲମାର୍କ ବାଧ୍ୟତାମୂଳକ ହେବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦେଇଛନ୍ତି। ଏକାଥରେ ହଲମାର୍କ ଲାଗୁ ହେବ ବୋଲି କୁହାଯାଉଥିଲା। କିନ୍ତୁ ଏହାକୁ ନେଇ ଆପତ୍ତି ଉଠାଇଥିଲେ ବ୍ୟବସାୟୀ ସଂଘ। ତେବେ ଛୋଟିଆ ବ୍ୟବସାୟୀ ଏହି ହଲମାର୍କ ଅଧିନୀର ପରିସରଭୁକ୍ତ ହେବେ ନାହିଁ।

ସେହିପରି ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ବୁଧବାର ଦେଶର ୨୫୬ ଜିଲ୍ଲାରେ ଏହି ନିୟମ ଲାଗୁ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ବିୟୂଷ ଗୋୟଲ ସୂଚନା ଦେଇଛନ୍ତି । ଯଦି କୌଣସି ବ୍ୟବସାୟୀ ହଲମାର୍କ ଚିହ୍ନ ନଥିବା ସୁନା ଗହଣା ବିକ୍ରି କରନ୍ତୁ ତେବେ ଅଗଷ୍ଟ ମାସ ପର୍ଯ୍ୟନ୍ତ କୌଣସି ଲାଗୁ ଫାଇନ୍ ଲାଗୁ ହେବନାହିଁ।  ସମସ୍ତ ବ୍ୟବସାୟୀ କେବଳ ଓ୍ୱାନ ଟାଇମ୍ ପଞ୍ଜିକରଣ କରିବେ। ବାର୍ଷିକ ନବୀକରଣର ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ  ସୁନା ଗହଣାରେ ହଲମାର୍କ ଲଗାଇବା ନିୟମକୁ ଚଳିତ ବର୍ଷ ଜାନୁଆରୀ ୧୫ରେ ଯୋଜନା କରାଯାଇଥିଲା। ଏହାପରେ ସମୟସୀମା ଜୁନ ୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ପରେ ପୁଣି ସୀମା ଜୁନ ୧୫କୁ ଘୁଞ୍ଚାଯାଇଥିଲା। ହେଲେ କୋଭିଡ୍  ସମସ୍ୟା ଥିବାରୁ ଗହଣା ବ୍ୟବସାୟୀମାନେ  ଅଧିକ ସମୟ ମାଗୁଥିବା ସୂଚନା ମିଳିଛି।

ହଲ୍ ମାର୍କ କଣ ?

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସୁନା ଗହଣା କିମ୍ବା କୌଣସି ସ୍ୱର୍ଣ୍ଣ କଳାକୃତି ବିକ୍ରି କଲେ ଆପଣଙ୍କୁ ବିଆଇଏସ(ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ)ର ମାନକ ବଜାଇ ରଖିବାକୁ ପଡ଼ିବ। ଏଥିପାଇଁ ହଲମାର୍କ ଲଗାଇବାକୁ ପଡ଼ିବ। ହଲ୍ମାର୍କ ଶୁଦ୍ଧତାର ଗ୍ୟାରେଣ୍ଟି ହୋଇଥାଏ। ଯେଉଁ ଗହଣାରେ ହଲ୍ମାର୍କ ରହିଛି ସେଥିରେ ଶୁଦ୍ଧତା ରହିଛି। ହଲ୍ମାର୍କ ଅନିର୍ବାର୍ଯ୍ୟ ହେଲେ ଦେଶରେ କେବଳ ୧୪,୨୨ ଓ ୨୪ କ୍ୟାରେଟ୍ ସୁନା ବିକ୍ରି ହେବ। ୨୦୦୦ ମସିହାରୁ ବିଏସ୍ଆଇ ହଲ୍ମାର୍କ ଯୋଜନା ଲାଗୁ କରିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୪୦ ପ୍ରତିଶତ ସୁନାକୁ ହଲ୍ମାର୍କ ପ୍ରମାଣିତ କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ