ମାଙ୍ଗାଲୁର ବିମାନ ବନ୍ଦରରୁ ୧.୧୮ କୋଟି ଟଙ୍କାର ସୁନା ଜବତ, ୩ ଗିରଫ

ମାଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁର ବିମାନବନ୍ଦରରୁ ୧.୧୮ କୋଟି ଟଙ୍କାର ସୁନା ଜବତ । ଏଥିରେ ସଂପୃକ୍ତ ଥିବା ତିନି ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇଛି କଷ୍ଟମ୍ସ ବିଭାଗ । ଚୋରା ଚାଲଣା କାରବାରରେ ତିନି ଯାତ୍ରୀ ଭିନ୍ନ ଭିନ୍ନ ବିମାନରେ ଆସିଥିବା ଜଣାପଡ଼ିଛି ।

କଷ୍ଟମ୍ସ ବିଭାଗର ଅଧିକାରୀ କହିଛନ୍ତି ଯେ ଶନିବାର ତିନୋଟି ଭିନ୍ନ ଭିନ୍ନ ଘଟଣାରେ ମୋଟ୍ ୧.୧୮ କୋଟି ଟଙ୍କାର ସୁନା ଜବତ ହୋଇଛି।

ପ୍ରଥମେ କେରଳର କାସରଗୋଡରୁ ଆସିଥିବା ଦୁଇ ଯାତ୍ରୀଙ୍କୁ ଅଟକାଇ କଷ୍ଟମ ବିଭାଗ ଖାନତଲାସି କରିବା ପରେ ସେମାନଙ୍କଠାରୁ ଚୋରା ସୁନା ଜବତ ହୋଇଥିଲା। ଯାହାର ମୂଲ୍ୟ ମୋଟ୍ ୨୬ ଲକ୍ଷ ଟଙ୍କାର ହେବ । ଏହି ଦୁଇ ଦୁର୍ବୃତ୍ତ କେରଳର ବୋଲି ଜଣାପଡ଼ିଛି।

ସେହିପରି ଶନିବାର ଉଲାଲରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ  ବିମାନ ବନ୍ଦରରେ ଅଟକାଇ ସୁନା ଜବତ କରିଛି କଷ୍ଟମ ବିଭାଗ। ଜବତ ହୋଇଥିବା ସୁନାର ମୂଲ୍ୟ ୯୨.୨୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏଥିସହିତ ମୋଟ୍ ତିନି ଦୁର୍ବୃତ୍ତଙ୍କ ପାଖରୁ ୧.୧୮ କୋଟି ଜବତ ହୋଇଛି। ଏହି ତିନି ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଆସିଥିବା ଜଣାପଡ଼ିଛି। କଷ୍ଟିମ ଅଧିକାରୀ ତିନି ସୁନା ଚୋର ଅଭିଯୁକ୍ତକୁ ଅଟକ ରଖିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି ।

ଦୁର୍ବୃତ୍ତମାନେ ଏହି ସୁନା ଚୋରା ଚାଲାଣ କରି ୟୁଏଇ ଯାତ୍ରା କରୁଥିବା ଜଣାପଡିଛି । ତେବେ ଏହି ଚୋରା ଚାଲଣ ଚେର କେଉଁ ଆଡେ ଲମ୍ବିଛି ପୁଲିସ ତାହାର ତଦନ୍ତ ଜାରି ରଖିବା ସହ ତିନି ଜଣଙ୍କୁ ପଚରାଉଚରା କରି ମୁଖ୍ୟ ଅଭିଯୁକ୍ତ ପାଖରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛି।

Leave A Reply

Your email address will not be published.

ବ୍ରେକିଂ