ଗୁଗୁଲ ଡୁଡୁଲରେ ଭାରତର ପ୍ରଥମ ମହିଳା ଡାକ୍ତରଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଆଜି ଭାରତର ପ୍ରଥମ ମହିଳା ଡାକ୍ତର କାଦମ୍ବିନୀ ଗାଙ୍ଗୁଲିଙ୍କ ୧୬୦ ତମ ଜନ୍ମ ବାର୍ଷିକୀ । ଏ ଅବସରରେ ଗୁଗୁଲ କାଦମ୍ବିନୀ ଗାଙ୍ଗୁଲିଙ୍କୁ ଏକ ଡୁଡଲ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛି । ଗାଙ୍ଗୁଲି ପ୍ରଥମ ମହିଳା ଯିଏକି ୧୮୮୪ ମସିହାରେ କଲିକତା ମେଡିକାଲ କଲେଜରେ ନାମ ଲେଖାଇଥିଲେ । ଯେତେବେଳେ ସେହି ଅନୁଷ୍ଠାନରେ ପ୍ରାୟ ଅଧିକାଂଶ ଛାତ୍ର ପୁରୁଷ ଥିଲେ ।

କାଦମ୍ବିନୀ ୧୮୬୧ ମସିହାରେ ବ୍ରିଟିସ ଭାରତର ଭାଗଲପୁରରେ ଜନ୍ମ ଗ୍ରହଣ କରିଥିଲେ । ଯାହା ବର୍ତ୍ତମାନ ବାଂଲାଦେଶରେ ପରିଣତ ହୋଇଛି । ୧୮୮୩ ମସିହାରେ, କାଦମ୍ବିନୀ ଗାଙ୍ଗୁଲି ଏବଂ ତାଙ୍କ ସାଙ୍ଗ ଚନ୍ଦ୍ରମୁଖୀ ବସୁ ଭାରତୀୟ ଇତିହାସରେ କଲେଜ ସ୍ନାତକ କରିଥିବା ପ୍ରଥମ ମହିଳା ହୋଇଥିଲେ।

କଲିକତା ମେଡିକାଲ କଲେଜରେ ଆଡମିଶନ ପାଇବା ତାଙ୍କ ପାଇଁ ସହଜ ନଥିଲା । ତଥାପି ସେ ବହୁ କଷ୍ଟକରି ଏହି ସଫଳତା ହାସଲ କରିଥିଲେ । ମୁମ୍ବାଇରୁ ଆସିଥିବା ଗାଙ୍ଗୁଲି ଏବଂ ଆନନ୍ଦିବାୟ ଯୋଶୀ ଉଭୟ ୧୮୮୬ ମସିହାରେ ମେଡିସିନ ଡିଗ୍ରୀ ହାସଲ କରିଥିଲେ । ଏବଂ ଭାରତର ପ୍ରଥମ ମହିଳା ଡାକ୍ତର ଭାବରେ ମାନ୍ୟତା ପାଇଥିଲେ । ୧୮୮୬ ମସିହାରେ, ଗାଙ୍ଗୁଲି ଦକ୍ଷିଣ ଏସିଆର ପ୍ରଥମ ଅଭ୍ୟାସ କରୁଥିବା ମହିଳା ଚିକିତ୍ସକ ଭାବରେ ୟୁରୋପୀୟ ଚିକିତ୍ସାରେ ତାଲିମ ପାଇଥିଲେ । କାଦମ୍ବିନୀ ଗାଙ୍ଗୁଲି ପ୍ରଫେସର ଦ୍ୱାରକନାଥ ଗାଙ୍ଗୁଲିଙ୍କୁ ବିବାହ କରିଥିଲେ । ଯିଏକି ତାଙ୍କ ଜୀବନ ସାଥୀ ହୋଇ ତାଙ୍କର ସ୍ୱପ୍ନକୁ ସାକାର କରିବାକୁ ଉତ୍ସାହିତ କରିଥିଲେ।

କାଦମ୍ବିନୀ ଗାଙ୍ଗୁଲି ମେଡିକାଲ ସେବା ତଥା ଭାରତର ମହିଳା ଅଧିକାର ଆନ୍ଦୋଳନରେ ସକ୍ରିୟ ରହିଥିଲେ । ମହିଳାଙ୍କ ଅଧିକାର ପାଇଁ ଲଢେଇ ମଧ୍ୟ ଜାରି ରଖିଥିଲେ । ମହିଳାମାନଙ୍କୁ ଉନ୍ନତ ଦିଗରେ ବାଟ କଢେଇ ନେବା ପାଇଁ ସେ ଲକ୍ଷ୍ୟ ରଖିଥିଲେ। ଗାଙ୍ଗୁଲି ଅନ୍ୟ ୬ଜଣଙ୍କୁ ନେଇ୧୮୮୯ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ସର୍ବ-ମହିଳା ପ୍ରତିନିଧୀ ଗଠନ କରିଥିଲେ। ୨୦୨୦ରେ ‘ପ୍ରୋଥମୋ କାଦମ୍ବିନୀ’ ଟେଲିଭିଜନ ଧାରାବାହିକ କାଦମ୍ବିନୀଙ୍କ ଜୀବନ ଉପରେ ଆଧାରିତ ଥିଲା । ଯାହା ଏକ ପ୍ରେରଣାଦାୟୀ କାହାଣୀ ଥିଲା ​​ ।

Leave A Reply

Your email address will not be published.

ବ୍ରେକିଂ