ମୋବାଇଲ୍ ଟ୍ରାପ୍ କରି ଗୋବିନ୍ଦକୁ ପୋଲିସ ଧରିଥିଲା

ବଲାଙ୍ଗିର : ବର୍ତ୍ତମାନ ଚର୍ଚ୍ଚାରେ ମମିତା ମେହେର୍ ହତ୍ୟାକାଣ୍ଡ । ଧରା ପଡ଼ିବା ପରେ ସମସ୍ତ ଯୋଜନା ସମ୍ପର୍କରେ ପୋଲିସ୍ ଆଗରେ ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି । ତେବେ ଚମ୍ପଟ୍ ମାରିବା ବେଳେ ଗୋବିନ୍ଦ ମୋବାଇଲ୍ ରଖିଥିବା ଆଜି ଜଣାପଡ଼ିଛି । ଆଖୁ ବାଡ଼ିରେ ଲୁଚିଥିବା ବେଳେ ଗୋବିନ୍ଦ ମୋବାଇଲ୍ ବ୍ୟବହାର କରୁଥିଲା । ଆଉ ଉକ୍ତ ମୋବାଇଲ୍ କାରଣରୁ ହିଁ ଧରାପଡ଼ିଥିବା କଥା ସାମନାକୁ ଆସିଛି ।

ପୋଲିସ୍ ମୋବାଇଲ୍ ଟ୍ରାପ୍ କରିବା ଯୋଗୁଁ ଆଖୁ ବାଡ଼ିରୁ ଧରାପଡ଼ିଥିଲା ଗୋବିନ୍ଦ । ତେବେ ପୋଲିସ୍ ଗୋବିନ୍ଦ ଠାରୁ ୩ ଟି ମୋବାଇଲ୍ ଜବତ କରିଛି । ହେଲେ ଗୋବିନ୍ଦର ସହଯୋଗୀ ରାଧେ ଘରୂ ଜବତ ହୋଇଥିବା ବ୍ୟାଗ୍ ଏବେ ସସପେନ୍ସ ସୃଷ୍ଟି କରିଛି। ବ୍ୟାଗ୍ ଟି କାହାର ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ । ବ୍ୟାଗ୍ ରୁ ମୋବାଇଲ୍, ୩ଟି ମହିଳା ଡ୍ରେସ୍ ଓ କିଛି ମେଡିସିନ୍ ବାହାରିଥିଲା। ତେବେ ସେସବୁ କାହାର ତାହାର କୌଣସି ସୂଚନା ମିଳିନାହିଁ । କିନ୍ତୁ ପୋଲିସ୍ କହିଛି ଯେ, ସେସବୁ ମମିତାଙ୍କ ନୂହେଁ ।

ସେପଟେ ମୃତ ମମିତାଙ୍କ ସୁନା ଚେନ୍, ପାଉଁଜି, ବ୍ୟାଗ ଚିହ୍ନିଛନ୍ତି ପରିବାର ଲୋକେ। ମମିତାଙ୍କ ମାଆ ଓ ବାପା ଚିହ୍ନିଥିବା ନେଇ ସୂଚନା ଦେଇଛନ୍ତି ମମିତାଙ୍କ ବଡ଼ବାପା କୌଶିକ ମେହେର।  ଏଥିସହ ମମିତାଙ୍କ ଅସ୍ଥି ମଧ୍ୟ ପରିବାର ସଦସ୍ୟଙ୍କୁ ମିଳି ସାରିଛି ବୋଲି ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.

ବ୍ରେକିଂ