ଏଚଆଇଭି ପଜିଟିଭ ରୋଗୀଙ୍କ ଟିକାକରଣ ନେଇ ସ୍ୱାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ୱର :  ଏଚଆଇଭି ପଜିଟିଭ ରୋଗୀଙ୍କର ଟିକାକରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କର୍ତ୍ତପକ୍ଷଙ୍କୁ ଚିଠି ଲେଖିଛନ୍ତି  ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର । ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କର ପ୍ରାଥମିକତା ଭିତ୍ତିରେ ସେମାନଙ୍କର ଟିକାକରଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସଂକ୍ରମିତଙ୍କ ପରିବାର ଓ ସହଯୋଗୀଙ୍କର ମଧ୍ୟ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.

ବ୍ରେକିଂ