ଜିଏସଟି ଠକେଇର ପର୍ଦ୍ଦାଫାସ, ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: କୋଟି କୋଟି ଟଙ୍କା ଜାଲ ବିଲ୍ ରାକେଟର ପର୍ଦ୍ଦାଫାଶ କରିଛି ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ।  ୫୧୦ କୋଟି ଟଙ୍କାର ଜାଲ ବିଲ ରାକେଟର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ଏନଫୋର୍ସମେଣ୍ଟ ୱିଙ୍ଗ । ଏହି ଘଟଣାରେ ସଂପୃକ୍ତ ମାଷ୍ଟରମାଇଣ୍ଡ ସନ୍ଦୀପ ମହାନ୍ତି ଗିରଫ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ।

ଏହି ଅବସରରେ ଲୋକାନୀ ନିବେଦନ ତକରିଛନ୍ତି ଯେ କୌଣସି ଲୋକ ନିଜର ପରିଚୟ ପତ୍ର ସମ୍ପର୍କିତ କାଗଜପତ୍ର କାହାରିକୁ ପ୍ରଦାନ କରନ୍ତୁ ନାହିଁ ।

ସୁଚନାନୁସାରେ ଅଭିଯୁକ୍ତ ସନ୍ଦୀପ ଜାଲ ବ୍ୟବସାୟିକ ପ୍ରତିଷ୍ଠାନ କରି ସନ୍ଦୀପ ITC ଆତ୍ମସାତ କରୁଥିଲା। ୨୨ ଟି ଜାଲ ବ୍ୟବସାୟୀ ପ୍ରତିଷ୍ଠାନ ସୃଷ୍ଟି କରିଥିଲା। ରାଜ୍ୟ ସହ ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ଜାଲ ବିଲ୍ ହସ୍ତାନ୍ତର କରୁଥିଲା।

ସନ୍ଦୀପ ବିରୋଧରେ ଓଡିଶା GST ଆଇନ ୨୦୧୭ ଅନୁଯାୟୀ ଜାମିନବିହୀନ ଅପରାଧିକ ମାମଲା ରୁଜୁ କରାଯିବ । ୨୦୨୦ ରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୦୦ ରୁ ଉର୍ଦ୍ଧ୍ୱ ଜାଲ ଫାର୍ମ ସାମନାକୁ ଆସିଥିଲା।

ବଲାଙ୍ଗିର, ଦେବଗଡ, ଖୋର୍ଦ୍ଧା, ରାଉରକେଲା, ଜଗତସିଂହପୁର, ଢେଙ୍କାନାଳ, ଭୁବନେଶ୍ବର, କଟକ, ପୁରୀ ଆଦି ସ୍ଥାନରେ ବେକାର ଯୁବକ, ଗୃହିଣୀ, କୃଷକ, ବରିଷ୍ଠ ନାଗରିକ ଏବଂ ଦିନ ମଜୁରିଆଙ୍କ ନାମରେ ଜାଲ ଫାର୍ମ କରାଯାଇଥିଲା।

 

 

Leave A Reply

Your email address will not be published.

ବ୍ରେକିଂ