ନୂଆଦିଲ୍ଲୀ: ଜାନୁୟାରୀ ୧୧ ରୁ ଗୁଜୁରାଟରେ ଗୁଜୁରାଟରେ ଖୋଲିବ ସ୍କୁଲ। ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଗୁଜୁରାଟ ଶିକ୍ଷା ମନ୍ତ୍ରୀ ଭୂପେନ୍ଦ୍ର ସିଂ ଏହି ଘୋଷଣା କରିଛନ୍ତି । କୋଭିଡ ନିୟମ କଡାକଡି ଭାବରେ ପାଳନ କରି ସ୍କୁଲ ଖୋଲାଯିବ ।
ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ସରକାର ୨୩ ନଭେମ୍ବରରେ ସ୍କୁଲ ଖୋଲିବା ନେଇ ଘୋଷଣା କରିଥିଲେ । ମାତ୍ର କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ସେତେବେଳେ ସ୍କୁଲ ଖୋଲିବା ସମ୍ଭବ ହୋଇ ନଥିଲା ।
ନୂଆବର୍ଷରେ ଏବେ ସମଗ୍ର ଦେଶରେ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସେହିଭଳି କରୋନା ଭ୍ୟାକ୍ସିନର ଜରୁରୀକାଳିନ ବ୍ୟବହାର ନେଇ ଅନୁମତି ମିଳିବା ପରେ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ପରିଲକ୍ଷିତ ହୋଇଛି । ସଂକ୍ରମଣ ଭୟ କାରଣରୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସ୍କୁଲ ମଧ୍ୟ ଖୋଲିବା ନେଇ ଆଶା ଦେଖା ଦେଇଛି । ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ସ୍କୁଲ ପୁଣି ଥରେ ଖୋଲି ଦିଆଯାଇଛି । ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡିକୁ ମଧ୍ୟ ଖୋଲିବା ନେଇ ଘୋଷଣା କରାଯାଇଛି ।