ଭୁବନେଶ୍ୱର ଏୟାରପୋର୍ଟରୁ ମିଳିଲା ପିସ୍ତଲ

ଭୁବନେଶ୍ୱର: ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରୁ ପିସ୍ତଲ ଜବତ । ଜଣେ ଯୁବକଙ୍କଠାରୁ ପିସ୍ତଲ ଜବତ କଲା ଏୟାରପୋର୍ଟ ସିକ୍ୟୋରିଟି । ପୁରୀ କୃଷ୍ଣପ୍ରସାଦ ଅଞ୍ଚଳର ରାମଚନ୍ଦ୍ର ଜେନାଙ୍କଠାରୁ ଏହି ବନ୍ଧୁକ ଜବତ କରାଯାଇଛି।

ସୂଚନାନୁସାରେ ବେଙ୍ଗାଲୁରୁ ଯିବା ପାଇଁ ରାମଚନ୍ଦ୍ର ଏୟାର ଏସିଆ ବିମାନରେ ଟିକେଟ୍ କରିଥିଲେ । ତେବେ ଯାଞ୍ଚ ସମୟରେ ତାଙ୍କଠୁ ଏକ ପିସ୍ତଲ ଜବତ ହୋଇଥିଲା ।
ଏହାପରେ ଏୟାରପୋର୍ଟ ଥାନାରେ ଯୁବକଙ୍କୁ ଅଟକ ରଖାଯାଇଛି, ଏହି ବନ୍ଧୁକ କେଉଁଠୁ ଆସିଲା ଓ କେଉଁ ଉଦ୍ଦେଶ୍ୟରେ ସେ ବନ୍ଧୁକ ନେଇ ଯାତ୍ରା କରୁଥିଲେ ସେନେଇ ପଚରାଉଚରା ଜାରି ରହିଛି ।

Leave A Reply

Your email address will not be published.

ବ୍ରେକିଂ