ଗୁଣ୍ଟୁର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରର ଏକ ମାଛ ଫାର୍ମରେ  ବିଦ୍ୟୁତ ଦୁର୍ଘଟଣାରେ ଗୁଣୁପୁରର ୬ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଶୋକସନ୍ତପ୍ତ  ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ଜଣେ ଗୁଣପୁରର ହୋଇଥିବା ବେଳେ ୩ ଜଣ ତାରମାଳର ଓ ୨ ଜଣ ଫୁଲଫୁଟି ଗାଁର। ତେବେ ମୃତକମାନଙ୍କ ପରିଚୟ ମିଳି ନଥିବା ବେଳେ ଫ୍ୟାକ୍ଟ୍ରି ମାଲିକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି।

ଗତକାଲି ରାତିରେ ଏହି ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ୨୫ରୁ ୩୦ ଜଣ ଶ୍ରମିକ ଶୋଇଥିଲେ। ଏହି ସମୟରେ ସର୍ଟ ସର୍କିଟ୍ ହୋଇ ଥିଲା ଓ ଫ୍ୟାକ୍ଟ୍ରି ପରିସରରେ ଥିବା କିଛି ବର୍ଜ୍ୟବସ୍ତୁ ଜଳି ଯାଇଥିଲା। ଏହାର ପ୍ରଭାବରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ