ଦୁଇଟି ମନ ଓ ହୃଦୟର ମିଳନ ଯେଉଁ ପବିତ୍ର ସମ୍ପର୍କ ସୃଷ୍ଟି କରେ ତାହା ହିଁ ପ୍ରେମ । ଏହି ପ୍ରେମ ଏବଂ ପବିତ୍ର ସମ୍ପର୍କକୁ ଚିରଦିନ ପାଇଁ ସାଇତି ରଖିବା ପାଇଁ ଭାଲେନଟାଇନ ସପ୍ତାହର ପଞ୍ଚମ ଦିନରେ ପାଳନ ହୁଏ ପ୍ରମିଜ୍ ଡେ’ । ଭାଲେଣ୍ଟାଇନ୍ ସପ୍ତାହର ପଞ୍ଚମ ଦିନକୁ ପ୍ରମିଜ୍ ଡେ’ ଭାବରେ ପାଳନ କରାଯାଏ। ଏହି ଦିନ ହିଁ ପ୍ରେମିକ/ପ୍ରେମିକା ପରସ୍ପର ସହ ଏକ ଖାସ୍ ପ୍ରମିଜ୍ କରିଥାନ୍ତି। ସର୍ବଦା ଏକାଠି ରହିବାର ପ୍ରତିଜ୍ଞା, ସର୍ବଦା ପରସ୍ପର ଉପରେ ବିଶ୍ୱାସ କରିବାର ପ୍ରତିଜ୍ଞା , ସମ୍ପର୍କଙ୍କୁ ମଜବୁତ କରିବାର ପ୍ରତିଜ୍ଞା । ସାଥୀଙ୍କୁ ଖାସ ପ୍ରତିଶ୍ରୁତି ଦେବାପାଇଁ ଏହି ଦିନ ହିଁ ଆପଣଙ୍କୁ ସୁଯୋଗ ଦେଇଥାଏ। ତେବେ ଏହଗି ପ୍ରମିଜ୍ ଡେ’ ରେ ନିଜ ପାର୍ଟନରଙ୍କୁ ଏହିସବୁ ପ୍ରମିଜ କରି ନିଜ ସମ୍ପର୍କକୁ ଆହୁରି ମଜବୁତ କରନ୍ତୁ ।
ପ୍ରମିଜ୍ ଡେ’ ରେ, ନିଜ ପ୍ରେମିକ/ପ୍ରେମିକାଙ୍କୁ ପ୍ରତିଜ୍ଞା କରନ୍ତୁ ଯେ ଆପଣ ସର୍ବଦା ତାଙ୍କୁ ସମର୍ଥନ କରିବେ । ସମୟ ଯେତେ କଷ୍ଟସାଧ୍ୟ ହେଉ ନା କାହିଁକି, ଯେତେ ଅସୁବିଧା ଆସୁ ନା କାହିଁକି ଆପଣ ସର୍ବଦା ନିଜ ପାର୍ଟନରଙ୍କ ସହିତ ଦୃଢ ଭାବରେ ଠିଆ ହେବେ ।
ବହୁତ ଲୋକ ଅଛନ୍ତି ଯେଉଁମାନେ କଥାବାର୍ତ୍ତା କରିବା ସମୟରେ ମଧ୍ୟ ଭାବନ୍ତି ନାହିଁ ଯେ ଏହା ସାମ୍ନା ଲୋକଙ୍କୁ ଆଘାତ ଦେଇପାରେ । ଯଦି ଆପଣ ମଧ୍ୟ ଏଭଳି କିଛି କରନ୍ତି, ତେବେ ନିଜକୁ ପ୍ରତିଜ୍ଞା କରନ୍ତୁ ଯେ ଆପଣ କହିବା ସମୟରେ ଶହେ ଥର ଭାବିବେ । ଏହା କରିବା ଦ୍ୱାରା, ଆପଣ ନିଜ ଲୋକଙ୍କ ହୃଦୟରେ ସର୍ବଦା ରହିବେ ।
ବିଶ୍ୱାସ ଏକ କାର ଗ୍ଲାସ ପରି, ଯେଉଁଥିରେ ଏକ ଛୋଟ ଫାଟ ମଧ୍ୟ ସାରା ଜୀବନ ପାଇଁ ଦାଗ ହୋଇ ରହିଯାଏ । ତେଣୁ ସର୍ବଦା ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ପ୍ରିୟର ଲୋକଙ୍କ ଉପରେ ଆପଣଙ୍କ ବିଶ୍ୱାସ କେବେବି ଭାଙ୍ଗିବ ନାହିଁ ।
ସବୁ ପ୍ରେମିକ/ପ୍ରେମିକା ତାହାନ୍ତି ତାଙ୍କ ପାର୍ଟନର ତାଙ୍କର ଯତ୍ନ ନିଅନ୍ତୁ । ଯଦି ଆପଣ ନିଜ ପ୍ରେମିକ/ପ୍ରେମିକାଙ୍କର ବିଶେଷ ଯତ୍ନ ନେବେ ତେବେ ସେ କେବଳ ଆପଣଙ୍କର ପ୍ରେମକୁ ଅନୁଭବ କରିବେ ନାହିଁ ବରଂ ସେ ଆପଣଙ୍କ ସହିତ ଅଧିକ ସଂଯୁକ୍ତ ଅନୁଭବ କରିବେ ।