ଆଜି ପ୍ରପୋଜ୍‌ ଡେ’: ସାଥୀଙ୍କୁ ଏଭଳି କୁହନ୍ତୁ ମନର କଥା

‘ରୋଜ ଡେ’ ରୁ ଆରମ୍ଭ ହୋଇଯାଇଛି ଭାଲେଣ୍ଟାଇନ୍ସ ସପ୍ତାହ ବା ପ୍ରେମ ସପ୍ତାହ । ଗୋଲାପ ଦେବା ପରେ ଆଜି ପ୍ରେମର ପରିପ୍ରକାଶ କରିବାର ଦିନ । ଆଜି ପ୍ରେମ ସପ୍ତାହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଭାଲେଣ୍ଟାଇନ୍‌ ସପ୍ତାହର ଦ୍ୱିତୀୟ ଦିନ ବା ପ୍ରପୋଜ୍‌ ଡେ’ । ଏହି ଦିନରେ ପ୍ରେମୀଯୁଗଳ ପରସ୍ପରକୁ ପ୍ରପୋଜ୍‌ କରିଥାନ୍ତି।

ପ୍ରେମୀଯୁଗଳଙ୍କ ପାଇଁ ଆଜି ଏକ ବିଶେଷ ଦିନ, କାରଣ ଏହି ଦିନରେ ପ୍ରେମୀଯୁଗଳ ପରସ୍ପରକୁ ହୃଦୟର କଥା ଖୋଲାଖୋଲି ଭାବରେ କହିଥାନ୍ତି । ଏହି ବିଶେଷ ଦିନ ଦିନକୁ ସ୍ମରଣୀୟ କରିବା ପାଇଁ ଏକ ଉପହାର ଆବଶ୍ୟକ ।

ଏହା କେବଳ ଆପଣଙ୍କ ପ୍ରେମିକା କିମ୍ବା ପ୍ରେମିକାକୁ ଖୁସି ପ୍ରଦାନ କରେ ନାହିଁ, ବରଂ ସବୁଦିନ ପାଇଁ ଏକ ମୂଲ୍ୟବାନ ଉପହାର ହୋଇ ରହିଥାଏ । ବେଳେବେଳେ କାହାକୁ ମନେ ମନେ ପ୍ରେମ କରିବା ବା ଭଲ ପାଇବା ସହଜ ମାତ୍ର ଏହାକୁ ପରିପ୍ରକାଶ କରିବା ବହୁ କଷ୍ଟ । ଯଦି କାହାକୁ ପ୍ରପୋଜ କରିବାକୁ ଚାହୁଁଥା’ନ୍ତି ତେବେ କିଛି ରୋମାଣ୍ଟିକ୍‌ ଟିପ୍ସ ଜାଣିରଖିବା ନିହାତି ଜରୁରୀ। ନଚେତ୍‌ ମନ ଚାହୁଁଥିବା ସାଥୀଟି ହାତଛଡ଼ା ହୋଇଯିବ।

 

  • ଯେଉଁ ରାସ୍ତା ଦେଇ ଆପଣଙ୍କ ମନର ମଣିଷ ଯିବା ଆସିବା କରୁଥା’ନ୍ତି ସେହି ରାସ୍ତାରେ ଏକ ହୋଡିଂରେ ନିଜ ଭଲପାଇବା ପ୍ରକାଶ କରନ୍ତୁ । ନଚେତ  କିଛି ପ୍ରେମଭରା କଥା ଲେଖି ପତ୍ରଟିଏ ପକାଇ ଦିଅନ୍ତୁ। ଯେମିତି ସେ ଆପଣଙ୍କ ପ୍ରତି ଆକର୍ଷିତ ହେବେ।
  • ସାଥୀଙ୍କୁ ସାମ୍ନା କରିବାକୁ ଯଦି ସତ୍‌ସାହସ ହେଉନି ତେବେ ହ୍ବାଟ୍‌ସଆପ୍‌, ଫେସ୍‌ବୁକ୍‌ ମାଧ୍ୟମରେ ମଧ୍ୟ ଏକ ଛୋଟିଆ ଏସ୍‌ଏମ୍‌ସଟି ପଠାଇ ମନର କଥା ପରିପ୍ରକାଶ କରନ୍ତୁ।
  • ମନ ଚାହୁଁଥିବା ସାଥୀଙ୍କୁ ଯଦି କୌଣସି ଉପହାର ପସନ୍ଦ ତେବେ ତାଙ୍କୁ ଦେବାକୁ ଆଦୌ ଭୁଲନ୍ତୁ ନାହିଁ।
  • ସର୍‌ପ୍ରାଇଜ୍‌ ପ୍ଲାନିଂ କରି ପ୍ରେମିକା ବା ପ୍ରେମିକ କେଉଁଆଡ଼େ ବୁଲି ଆସନ୍ତୁ। ସୁଯୋଗ ଦେଖି ମନର କଥା ପ୍ରକାଶ କରିଦିଅନ୍ତୁ।
  • ଯଦି କିଛି ବଡ କରିବାକୁ ଚାହୁଁଛ, ତେବେ ଗର୍ଲଫ୍ରେଣ୍ଡ ସହିତ ଫିଲ୍ମ ଦେଖିବା ପାଇଁ ଯୋଜନା କରନ୍ତୁ ଏବଂ ଚଳଚ୍ଚିତ୍ରର ବ୍ୟବଧାନରେ ପରସ୍ପରର ଭିଡିଓ ଦେଖାଇବାର ବ୍ୟବସ୍ଥା କରନ୍ତୁ । ସେ ଏହାକୁ ଖୁବ ପସନ୍ଦ କରିବେ ।
  • ଯଦି ଆପଣଙ୍କୁ ନିଜ ବନ୍ଧୁଙ୍କ ସହ ପ୍ରେମ ହୋଇଯାଇଛି, ତେବେ ନିଜ ହାତରେ ପ୍ରେମରେ ଏକ କାର୍ଡ ତିଆରି କରନ୍ତୁ, ଯେଉଁଥିରେ କିଛି ଭାବନା ଏବଂ ପରସ୍ପର ସହ ବିତାଇଥିବା ମୁହୂର୍ତ୍ତର ଫଟୋ  ରହିଥିବ । ପ୍ରେମ ସହିତ ସଞ୍ଚିତ ସ୍ମୃତିଗୁଡିକ ଦେଖି, ଆପଣଙ୍କ ବନ୍ଧୁଙ୍କ ମନରେ ମଧ୍ୟ ଆପଣଙ୍କ ପାଇଁ ଭାବନା ଆସିବ ।
  • ଶୀତଦିନେ ଗର୍ଲଫ୍ରେଣ୍ଡକୁ ଏକ ଲଙ୍ଗ ଡ୍ରାଇଭରେ ନେଇଯାଆନ୍ତୁ ଏବଂ ଥଣ୍ଡା ରୋମାଣ୍ଟିକ ପରିବେଶରେ ହାତ ଧରି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦିଅନ୍ତୁ ।

Leave A Reply

Your email address will not be published.

ବ୍ରେକିଂ