ଆଜି ଟେଡି ଡେ’, ହୃଦୟର ଭାବନା ବ୍ୟକ୍ତ କରିବାକୁ ସାଥୀଙ୍କୁ ଦିଅନ୍ତୁ ଟେଡି

ଭାଲେଣ୍ଟାଇନ୍ ସପ୍ତାହ ଆରମ୍ଭ ହୋଇଯାଇଛି । ରୋଜ୍ ଡେ, ପ୍ରପୋଜ ଏବଂ ଚକୋଲେଟ୍ ଡେ ପରେ ଆଜି ପ୍ରେମୀଯୁଗଳ ଟେଡି ଡେ’ ପାଳନ କରୁଛନ୍ତି । ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ ସପ୍ତାହର ଚତୁର୍ଥ ଦିନ ହେଉଛି ଟେଡି ଡେ’। ଝିଅମାନେ ଟେଡିକୁ ବହୁତ ପସନ୍ଦ କରନ୍ତି । ପ୍ରାୟତଃ  ଝିଅମାନେ ରାତିରେ ଟେଡିକୁ କୁଣ୍ଢାଇ ଶୋଇବାକୁ ପସନ୍ଦ କରନ୍ତି । ଅନେକ ଝିଅଙ୍କୁ ଖୁସି କରିବା ପାଇଁ ଏକ ଟେଡି ହିଁ ଯଥେଷ୍ଟ ।

ଟେଡି ଡେରେ ପ୍ରେମୀ ଯୁଗଳ ସମ୍ପର୍କରେ ମଧୁରତା ଆଣିବା ଓ ସଂପର୍କର ଡୋରକୁ ଅଧିକ ମଜଭୁତ କରିବା ପାଇଁ ପରସ୍ପରକୁ କିଛିନା କିଛି ଉପହାର ଦେଇଥାନ୍ତି। ତେବେ ଟେଡି ବା କଣ୍ଢେଇ ଉପହାର ପ୍ରଦାନ ଦ୍ବାରା ସଂପର୍କରେ ଘନିଷ୍ଠତା ଆସିଥାଏ ବୋଲି ବିଶ୍ବାସ ରହିଛି। କେହି କେହି ନିଜର ପ୍ରେମିକ/ପ୍ରେମିକା ତଥା ଆତ୍ମୀୟସ୍ୱଜନଙ୍କୁ ଟେଡି ଦେଇ ସମ୍ପର୍କକୁ ଆହୁରି ମଧୁର କରିଥାନ୍ତି।  ତେବେ ଆପଣ କେବଳ ନିଜ ଗର୍ଲଫ୍ରେଣ୍ଡକୁ ଟେଡି ଦେଇପାରିବେ ନାହିଁ, ବରଂ ଆପଣ ସାଙ୍ଗମାନଙ୍କୁ ମଧ୍ୟ  ଟେଡି ଦେଇ ସେମାନଙ୍କୁ ଖୁସି କରିପାରିବେ । ଟେଡି ସହିତ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ପଠାଇ ପାରିବେ ।

ନିଜ ସାଥୀଙ୍କ ନିକଟରେ ହୃଦୟର ଭାବନାକୁ ବ୍ୟକ୍ତ କରିବାର ସର୍ବୋତ୍କୃଷ୍ଟ ମାଧ୍ୟମ ହେଉଛି ଟେଡି। ଟେଡି ବିୟର ଆପଣଙ୍କ ପ୍ରେମର ବାର୍ତ୍ତାକୁ ଆପଣଙ୍କ ସାଥୀଙ୍କ ନିକଟରେ ସହଜରେ ପହଞ୍ଚାଇଥାଏ। ତେଣୁ ଆଜିର ଦିନରେ ଲୋକେ ଟେଡି ବିୟର ଉପହାର ଦେଇ ନିଜ ପ୍ରେମକୁ ପ୍ରକାଶ କରିଥାଆନ୍ତି।

ଯଦି ଆପଣ ନିଜ ସାଥୀଙ୍କୁ ଖୁସି କରିବା ପାଇଁ ଚାହୁଁଛନ୍ତି ତେବେ ତାଙ୍କୁ ଅନେକ ପ୍ରକାରର ସୁନ୍ଦର ଟେଡି ଉପହାରରେ ଦେଇ ପାରିବେ ।  ବଜାରରେ ଏପରି ଟେଡି ଉପଲବ୍ଧ ରହିଛି ଯାହା ଉପରେ ଆଇ ଲଭ ୟୁ ଲେଖାଥାଏ ।  ଅନେକ ସମୟରେ ପ୍ରେମୀଯୁଗଳ ନିଜ ପ୍ରେମିକାଙ୍କୁ ଏପରି ଟେଡି ଉପହାର ଦେବାକୁ ପସନ୍ଦ କରନ୍ତି । ତେବେ ଆପଣ ମଧ୍ୟ ନିଜ ସାଥୀଙ୍କୁ ଏଭଳି ଟେଡି ଉପହାରରେ ଦେଇପାରିବେ ।

ବଜାରରେ ଅନେକ ରଙ୍ଗର ଟେଡି ମିଳେ । ସେଥିମଧ୍ୟରୁ ନାଲି, ଗୋଲାପୀ ଏବଂ ଧଳା ସବୁଠାରୁ ଲୋକପ୍ରିୟ ।  ନାଲି ରଙ୍ଗ ପ୍ରେମର ପ୍ରତୀକ ଅଟେ, ତେଣୁ ନିଜ ପ୍ରେମକୁ ପ୍ରକାଶ କରିବାକୁ ସାଥୀଙ୍କୁ ନାଲି ରଙ୍ଗର ଟେଡି ଉପହାର ଦେଇ ପାରିବେ ।  ଏଥି ସହିତ, ଝିଅମାନେ ଗୋଲାପୀ ରଙ୍ଗକୁ ଖୁବ ଭଲ ପାଆନ୍ତି । ତେଣୁ ଗୋଲାପୀ ରଙ୍ଗର ଟେଡି ମଧ୍ୟ ଉପହାର ଦିଆଯାଇପାରେ । ଧଳା ରଙ୍ଗର ଟେଡି ଦେଖିବାକୁ ବହୁତ ସୁନ୍ଦର, ତେଣୁ ସାଥୀକୁ ଧଳା ରଙ୍ଗର ଟେଡି ଉପହାରରେ ଦେଇପାରିବେ ।

Leave A Reply

Your email address will not be published.

ବ୍ରେକିଂ