ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତି ରଦ୍ଦ

କଟକ:  ୨୦ରୁ କମ୍ ଛାତ୍ର ଥିବା ସ୍କୁଲ ଆଉ ବନ୍ଦ ହେବନାହିଁ। କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ ସଂକ୍ରାନ୍ତୀୟ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ଏଥିସହ ଛୋଟ ଛୋଟ ପିଲାଙ୍କୁ ଦୂର ସ୍କୁଲ୍ ପଠାଇବା ବେଆଇନ୍ ବୋଲି କହିଛନ୍ତି  ଅଦାଲତ । ଦିଲ୍ଲୀକୁ ମଡେଲ ହିସାବରେ ଗ୍ରହଣ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସଜାଡ଼ିବା ସରକାରଙ୍କ ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି ।

ପୂର୍ବରୁ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ। 

ତେବେ ୨୦ରୁ କମ୍ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତିି ଦେଇଥିଲେ। ୨୦୨୦ ମାର୍ଚ୍ଚ ୧୧ରେ ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା

Leave A Reply

Your email address will not be published.

ବ୍ରେକିଂ