ଗାଁ ଦାଣ୍ଡରେ ବୃଦ୍ଧାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ଦାଣ୍ଡରେ ବୃଦ୍ଧାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି ।  କେହି ଦୁର୍ବୃତ୍ତ ବୃଦ୍ଧାଙ୍କୁ ହତ୍ୟା କରିବା ପରେ ମୁଣ୍ଡ କାଟି ନେଇଯାଇଥିବା ଜଣାପଡିଛି । ତେବେ ଗୁଣିଗାରେଡ଼ି କିମ୍ବା ପାରିବାରିକ ଗଣ୍ଡଗୋଳରୁ ହତ୍ୟା ହୋଇଥିବା ନେଇ ପୋଲିସ ସନ୍ଦେହ କରୁଛି ।

ଶନିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି  । ମୃତ ମହିଳା ଜଣଙ୍କ ସେହି ଗାଁର ଯମୁନା ହାଁସଦା ।  ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

ବ୍ରେକିଂ