ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସରବତ

ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସରବତ। ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ପେଟକୁ ଥଣ୍ଡା ରଖିଥାଏ।

ଆବଶ୍ୟକୀୟ ସାମଗ୍ରୀ

  • ପୋଦିନା ପତ୍ର – ୨୫୦ ଗ୍ରାମ୍‌
  • ତାଳଗୁଡ଼ ମିଶ୍ରି
  • ବିଟ୍‌ ଲୁଣ ଚିମୁଟାଏ
  • ଅଦା ଖଣ୍ଡେ
  • ଲେମ୍ବୁ ଫାଳେ
  • ଜୀରାଗୁଣ୍ଡ ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପୋଦିନା ପତ୍ରକୁ ଭଲ ଭାବରେ ଧୋଇ ଗ୍ରାଇଣ୍ଡିଂ ଜାର୍‌ରେ ନେବେ। ତା’ପରେ ଏଥିରେ ତାଳଗୁଡ଼ ମିଶ୍ରି, ବିଟ୍‌ ଲୁଣ, ଅଦା ଖଣ୍ଡେ ଓ ଗୋଟେ ଗ୍ଲାସ୍‌ ପାଣି ଦେଇ ଗ୍ରାଇଣ୍ଡିଂ କରିବେ। ତା’ପରେ ଏହି ମିଶ୍ରଣକୁ ଏକ ବଡ଼ ପାତ୍ରରେ ଛାଣି ସାହାଯ୍ୟରେ ଛାଣିଦେବେ। ପିଇବା ବେଳେ ଏଥିରେ ଫାଳେ ଲେମ୍ବୁ ରସ ଓ ଅଳ୍ପ ଜୀରାଗୁଣ୍ଡ ମିଶାଇ ଗୋଳାଇ ପିଇବେ।

ଫାଇଦା

  • ପୋଦିନ ପତ୍ର ସରବତ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ।
  • ଏହା ହଜମ ଶକ୍ତିକୁ ବୃଦ୍ଧି କରିବା ସହିତ ହଜମ ଶକ୍ତି ବଢ଼ାଇଥାଏ।
  • ମସ୍ତିଷ୍କକୁ ସୁସ୍ଥ ରଖିଥାଏ।
  • ଶରୀରକୁ ସତେଜ ରଖିଥାଏ।
  • ପୋଦିନାରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
  • ଖାଦ୍ୟ ହଜମ ଏବଂ ଆଲର୍ଜି ଜନିତ ସମସ୍ୟାରୁ ଉପଶମ ପାଇଁ ପୋଦିନା ସରବତ ସବୁଠାରୁ ଭଲ ବିକଳ୍ପ।
Leave A Reply

Your email address will not be published.

ବ୍ରେକିଂ
ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି