କିଛି ସମୟ ବର୍ଷାରେ ରାଜଧାନୀରେ ବନ୍ୟା

ଭୁବନେଶ୍ୱର:  କିଛି ସମୟର ବର୍ଷାରେ ରାଜଧାନୀ ଭୁବନେଶ୍ୱରରେ ବନ୍ୟା । ଏପରିକି ପାଣି ସୁଅରେ ଫସି ରହିଥିଲା କାର ଓ ବାଇକ୍ । ଏଥିସହ ତଳିଆ ଅଞ୍ଚଳରେ କେଉଁଠି କେଉଁଠି ଅଣ୍ଟାଏ ଉଚ୍ଚର ପାଣି ଚାଲୁଥିଲା । ଫଳରେ ରାଜଧାନୀ ବାସିନ୍ଦାଙ୍କୁ ନାକେଦମ କରିଥିଲା ।

ବର୍ଷା ହେବାରୁ ପାଣିର ମାତ୍ରା ଏତେ ବଢ଼ି ଯାଇଥିଲା ଯେ  ଏକ କାରର ଷ୍ଟାର୍ଟ ବନ୍ଦ ହୋଇଯିବାରୁ ପାଣି ମଝିରେ ଅଟକି ରହିଥିଲା ।  ଫଳରେ ତାକୁ ଲୋକେ ଠେଲି ଠେଲି ପାଣିରୁ ବାହାର କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଯାହା ଇସ୍କନ ମନ୍ଦିର ସାମନାର ଦୃଶ୍ୟ ବୋଲି ଜଣାପଡିଛି ।

ତେବେ ବର୍ଷେ କି ଦୁଇ ବର୍ଷ ନୁହେଁ ପ୍ରାୟ ସବୁବର୍ଷ ଇସ୍କନ ମନ୍ଦିର ଆଗରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । କିଛି ସମୟ ପରେ ବର୍ଷା କମିଯିବା ପରେ ପୁଣି ପରିସ୍ଥିତି ସାମାନ୍ୟ ହୋଇଯାଏ ।

 

ସେହିପରି ଆଜି ବର୍ଷା ହେବା ସମୟରେ ସିଆରପି ଛକରେ ବ୍ୟାରିକେଡିଂ କରି ଟ୍ରାଫିକକୁ ଅଟକାଇ ଦିଆଯାଇଥିଲା । ସେହି ରାସ୍ତାରେ କାହାକୁ ଛଡାଯାଇନଥିଲା । ବର୍ଷା କମିବା ପରେ ଲୋକଙ୍କୁ ସେହି ରାସ୍ତାରେ ଛଡା ଯାଇଥିଲା ।

ଓଭରବ୍ରିଜ ଉପରୁ ପାଣି ପଡିବା, ନୟାପଲ୍ଲୀ ଅଂଚଳ ଓ ସିଆରପିରୁ ସମସ୍ତ ପାଣି ଇସ୍କନ ମନ୍ଦିର ଆଗ ରାସ୍ତାକୁ ଆସିଥାଏ । ଯାହାଫଳରେ ପାଣି ଜମା ହୋଇଯାଏ । ଫଳରେ ଅଂଟା ଉପର ପର୍ଯ୍ୟନ୍ତ ରାସ୍ତା ଉପରେ ପାଣି ମାଡିଯାଏ । ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପୂରା ଟ୍ରାଫିକ୍ ଠପ୍ ହୋଇଯାଇଥାଏ । ଏପରିକି ବର୍ଷା ସମୟରେ ଏହି ବାଟ ଦେଇ ଗାଡି ମଟର ଆସିବା କରିବା ମଧ୍ୟ ସମ୍ଭବ ହୁଏ ନାହିଁ ।

Leave A Reply

Your email address will not be published.

ବ୍ରେକିଂ