ଜମ୍ମୁ-କଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର : ଜମ୍ମୁ-କଶ୍ମୀରର ଉଦ୍ଧମପୁର ଜିଲ୍ଲାର ପଟନିଟପଠାରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟ ଗୁରୁତର ଆହତ ହୋଇଛନ୍ତି ।  ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଯାଇଛି । ଉଦ୍ଧମପୁରର ଡିଆଇଜି ସୁଲେମାନ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି।  ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ଅତ୍ୟଧିକ କୁହୁଡି ଥିବାରୁ ଦୃଶ୍ୟମାନତା ହ୍ରାସ ପାଇଥିଲା। ଏଥିଯୋଗୁଁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । 

ଉଦ୍ଧମପୁରର ଡିଆଇଜି ସୁଲେମାନ ଚୌଧୁରୀ କହିଛନ୍ତି , ଖରାପ ପାଗ ଯୋଗୁଁ ସେନା ହେଲିକପ୍ଟର ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ହେଲିକପ୍ଟରଟି ଦୁର୍ଘଟଣା ହେବା ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ତେବେ ଚପରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ନା ପାଇଲଟ ଏହାକୁ ‘କ୍ରାସ ଲ୍ୟାଣ୍ଡିଂ’ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଦୁର୍ଘଟଣାରେ ଉଭୟ ପାଇଲଟ୍ ଏବଂ ସହ-ପାଇଲଟ୍ ଆହତ ହୋଇଛନ୍ତି।

Leave A Reply

Your email address will not be published.

ବ୍ରେକିଂ